Pratap sarangi
ପ୍ରଥମେ ସାଂସଦଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ । ଆଉ ତା’ ପରେ ଧରାପଡ଼ିବାରୁ ଗୋଡ଼ ଧରି ଭୁଲ ମାଗିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜାଙ୍କୁ ମଦ ମାଫିଆ ଆକ୍ରମଣ କରିଥିଲେ । ପରେ ଏନେଇ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ଥାନାକୁ ଖବର ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଫଳରେ ମଦ ମାଫିଆ ଜଣକ ନନାଙ୍କ ଘରକୁ ଆସି ଭୁଲ ମାଗିଛି।
ଅଧିକ ପଢ଼ନ୍ତୁ: ଆଇଟି ମ୍ୟାନେଜର ମାନବ ଶର୍ମା ଆତ୍ମହତ୍ୟା, କ’ଣ ଥିଲା ପ୍ରକୃତ କାରଣ...
ଦୁଇଦିନ ତଳେ ଗାଁରେ ମଦ ବେପାରକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜା ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମଦ ମାଫିଆ ସେମାନଙ୍କୁ ଆକ୍ରମଣ କରିଥିଲେ। ଏନେଇ ସାଂସଦ ଜାଣିବା ପରେ ଘଟଣା ଥାନାକୁ ଯାଇଥିଲା । ଆଉ ଏବେ ମଦ ମାଫିଆ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘରକୁ ଆସି ପ୍ରତାପ ଷଡ଼ଙ୍ଗୀ ଓ ତାଙ୍କ ଭଉଣୀଙ୍କ ଗୋଡ଼ ଧରି ଭୁଲ ମାଗିଥିବା ଦେଖିବାକୁ ମିଳିଛି ।
ପ୍ରଥମେ ସାଂସଦଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କଲେ । ଆଉ ତା’ ପରେ ଧରାପଡ଼ିବାରୁ ଗୋଡ଼ ଧରି ଭୁଲ ମାଗିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଭଉଣୀ ଓ ଭଣଜାଙ୍କୁ ମଦ ମାଫିଆ ଆକ୍ରମଣ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741591182.jpg)