ପିଟି ପିଟି ହତ୍ୟା
ଭାଟି କର୍ମଚାରୀଙ୍କୁ ପିଟି ପିଟି ହତ୍ୟା । ଅତି ନୃଶଂସ ଭାବରେ ମାଡ ମାରି ପୋଖରୀ ହୁଡାରେ ଫିଙ୍ଗିଦେଲେ ହତ୍ୟାକାରୀ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲ ଆଣିଥିଲେ ସହଯୋଗୀ । କିନ୍ତୁ ଆଖି ବୁଜିଦେଲେ ଭାଟି କର୍ମଚାରୀ ସାରଦା ୟାଦବ । ହଁ ଦର୍ଶକବନ୍ଧୁ କ୍ରାଇମ କ୍ୟାପିଟାଲ, ବଲାଙ୍ଗିରରେ ପୁଣି ଏକ ଜଘନ୍ୟକାଣ୍ଡ । ଭାଟି ମ୍ୟାନେଜରଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ହେଲେ ମୃତ୍ୟୁର ଜାଳରେ ଫଶିଗଲେ ଭାଟି କର୍ମଚାରୀ । ହତ୍ୟାକାରୀ ଧରାପଡିନଥିବା ବେଳେ, ହତ୍ୟାର କାରଣ ମୋବାଇଲ ପ୍ରେମ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟାରେ ଚାରିଜଣ ସଂପୃକ୍ତ ଥିବା ବେଳେ, ହତ୍ୟାକରୀଙ୍କୁ ଖୋଜୁଛି ପୋଲିସ । ହେଲେ ଫେରାର କିଲର...!
ବଲାଙ୍ଗିର ଉପକଣ୍ଠ ସଦରଥାନା ସିନଖମନ ଗାଁ । ଗାଁ ମୁଣ୍ଡରେ ରହିଛି ମଦଭାଟି । ଭାଟିରେ ମ୍ୟାନେଜର ଭାବରେ କାମ କରନ୍ତି ବିଶାଳ ୟାଦବ । ଗତ ପନ୍ଦର ଦିନ ହେବ, ସିନଖମନ ଭାଟିରେ କାମରେ ଯୋଗଦେଇଥିଲେ ମୃତ କର୍ମଚାରୀ ସାରଦା ୟାଦବ । ଗତକାଲି ସଂନ୍ଧ୍ୟାରେ ସିନଖମନର ଯୁବକ ବଳରାମ ବାରିକ, ମ୍ୟାନେଜର ବିଶାଳ ୟାଦବକୁ ଫୋନ କରି ସାହାଯ୍ୟ ପାଇଁ ଅନୂରୋଧ କରିଥିଲା । ମୋର ରାସ୍ତା ଦୁର୍ଘଟଣା ହୋଇଛି । ତେଣୁ ତୁରନ୍ତ ଆସି, ତାଙ୍କୁ ହସପିଟାଲ ନେବା ପାଇଁ ଭାଟି ମ୍ୟାନେଜରଙ୍କୁ ଫୋନ ଯୋଗେ କହିଥିଲେ ବଳରାମ ।
ତେଣୁ ଭାଟି କର୍ମଚାରୀ ସାରଦା ୟାଦବ ଓ ଅନ୍ୟ ଦୁଇଜଣଙ୍କୁ , ବଳରାମକୁ ସାହାଯ୍ୟ କରିବା ପାଇଁ ପଠାଇଥିଲେ ମ୍ୟାନେଜର । ହେଲେ ଏମାନେ ପହଞ୍ଚ ପହଞ୍ଚୁ ଅନ୍ୟ ତିନିଜଣ ସହଯୋଗୀଙ୍କ ସହିତ ପ୍ରଥମେ ବାଇକର ଚାବି ଛଡାଇନେଇଥିଲା ବଳରାମ । ତାପରେ ଆରମ୍ଭ କରିଥିଲେ ଆକ୍ରମଣ । ଦୁଇଜଣ ମାଡ ଖାଇ ଖସିଆସିଥିବା ବେଳେ, ଫସି ଯାଇଥିଲେ ସାରଦା ୟାଦବ । ସାରଦାଙ୍କୁ ଏକାକୀ ପାଇ ବଳରାମ ଓ ତାର ତିନିଜଣ ସହଯୋଗୀ, ବିଭିନ୍ନ ଠେଙ୍ଗାବାଡିରେ ଗୁରୁତର କରି ବନ୍ଧହିଡରେ ଫିଙ୍ଗିଦେଲେ । ପରେ ପରେ ସାରଦାଙ୍କ ସହଯୋଗୀ ଉଦ୍ଧାର କରି, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ ସିନା, ହେଲେ ଆଖି ବୁଜିଦେଇଥିଲେ ସାରଦା ୟାଦବ ।
ତେବେ ଏଠି ପ୍ରଶ୍ନ ଉଠୁଛି, ଗାଁ ମୁଣ୍ଡରେ କାହିଁକି..କଣ ପାଇଁ ଭାଟି କର୍ମଚାରୀଙ୍କୁ ହତ୍ୟା କଲେ ଗାଁର ଯୁବକ । ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି, ହତ୍ୟାର କାରଣ । ମଦଭାଟି ନିକଟରେ ଏକ ତେଜରାତି ଦୋକାନ କରିଛି ମୁଖ୍ୟ ଅଭିଯୁକ୍ତ ବଳରାମ ବାରିକ । ଭାଟି କର୍ମଚାରୀ ତେଜରାତି ଦୋକାନରୁ ଜିନିଷ କିଣାବିକା କରୁଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ବଳରାମ ବାରିକଙ୍କ ସ୍ତ୍ରୀଙ୍କ ମୋବାଇଲକୁ କିଛି ମେସେଜ କରିଥିଲେ ଭାଟି ମ୍ୟାନେଜର ।
ଏହି ଘଟଣାକୁ ନେଇ ଗତକାଲି, ସ୍ବାମୀ,ସ୍ତ୍ରୀ ଭିତରେ ବଚସା ହୋଇଥିଲା । ଏପରିକି ସ୍ତ୍ରୀକୁ ମାଡ ମାରିଥିଲେ ବଳରାମ । ଆଉ ଶେଷରେ ମ୍ୟାନେଜରକୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା ବଳରାମ । ନିଜ ତିନି ସାଂଗ ସହିତ, ମ୍ୟାନେଜରକୁ ଦୁର୍ଘଟଣା କଥା କହି, ଗାଁ ମୁଣ୍ଡକୁ ଡକାଇଥିଲା । କିନ୍ତୁ ମ୍ୟାନେଜର ବିଶାଳ କୁମାର ନିଜେ ନଆସି ଅନ୍ୟ ମାନଙ୍କୁ ପଠାଇଦେବାରୁ, ହାତ ପାହାନ୍ତାରେ ସାରଦା ୟାଦବକୁ ପାଇ ପିଟି ପିଟି ମାରିଦେଲେ ହତ୍ୟାକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753263336.jpg)