Liquor dens bulldozed in Salia sahi
ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ଆକ୍ସନ ମୁଡ୍ରେ ସରକାର । ଦେଶୀ ମଦ ଭାଟି ଉପରେ ଘନ ଘନ ରେଡ୍ କରୁଛି ପୋଲିସ୍ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଗଡ଼ିଲା ମୁଣ୍ଡ ,ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା
ସାଲିଆ ସାହିରେ ଦୀର୍ଘଦିନ ହେଲା ଚୋରା ଦେଶୀ ମଦ ବ୍ୟବସାୟ ଚଳାଉଥିବା ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡ୍କୋ ଓ ନୀଳଚକ୍ରନଗର ବସ୍ତିରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଅବକାରୀ ବିଭାଗ। ରେଡ୍ ବେଳେ ୮ ଗିରଫ, ଆଉ ୪ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ୮ ହଜାର ଲିଟର ପୋଚ ଓ ୨ ହଜାର ଲିଟର ମଦ ନଷ୍ଟ କରିଛି ବିଭାଗ ।
ପୂର୍ବରୁ ମଧ୍ୟ ସାଲିଆ ସାହିରୁ ହଜାର ହଜାର ଲିଟର ମଦ ଓ ପୋଚ ଜବତ ହୋଇଥିବା ବେଳେ, ପୋଲିସ ମଧ୍ୟ ବୁଲ୍ ଡୋଜର ଲଗାଇ ଘର ଭାଙ୍ଗିଥିଲା। କିଛିଦିନ ତଳେ ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତାରି ଭିତରେ ଚାଲିଥିଲା ଦେଶୀ ମଦ କାରବାର । ସିକ୍ରେଟ ଚାମ୍ବର ଭିତରେ ଥିଲା ସବୁ ପ୍ରକାର ସୁବିଧା । ଏମିତିକି ସେଠାରେ ୱାଇଫାଇ, ଏସି ଲାଗିଥିବା ସହ ବିଭିନ୍ନ ଆରାମଦାୟକ ସାମଗ୍ରୀ ମଧ୍ୟ ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724907999.jpg)