Advertisment

ହେତୁବାଦୀଙ୍କ ନାଁରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ହେତୁବାଦୀ କହିଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ।

Allegation against Rationalist

Allegation against Rationalist

Advertisment

ହେତୁବାଦୀଙ୍କ ନାଁରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ଏହି ଚିଠିରେ ସେ ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ଏଥିରେ ସେ ଦର୍ଶାଇଛନ୍ତି ଯେ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନା ଓ ବିଶ୍ୱାସକୁ କୁଠାରାଘାତ କରାଯାଇଛି।

Advertisment

ହେତୁବାଦୀଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର, ଭକ୍ତଙ୍କ ଭାବନାରେ ଆଞ୍ଚ ଆଣିଛି ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ନେଇ ମଧ୍ୟ ଔଦ୍ଧତ୍ୟର ସୀମା ଟପି ମନ୍ତବ୍ୟ ଦେଇଛନ୍ତି ହେତୁବାଦୀ।

ସେଥିପାଇଁ ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ସେପଟେ ହେତୁବାଦୀ କହିଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ।

Advertisment
Odisha CMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ