ପୁଣି ସଲମାନଙ୍କୁ ହତ୍ୟା ଧମକ; ୫ କୋଟି ଦିଅ, ନହେଲେ...

ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି ।

Salman Khan

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ । ହ୍ବାଟ୍ସ ଆପରେ ମୁମ୍ବାଇ ଟ୍ରାଫିକ୍ ପୋଲିସ ପାଖକୁ ଆସିଛି ଧମକ ପୂର୍ଣ୍ଣ ମେସେଜ୍ । ଏଥିରେ ସଲମାନ ଖାନଙ୍କୁ ୫ କୋଟି ଟଙ୍କା ମଗାଯାଇଛି । ଯଦି ବଞ୍ଚିବାକୁ ଚାହୁଁଛ ତେବେ ୫ କୋଟି ଦିଅ ବୋଲି ମେସେଜରେ ଲେଖା ରହିଛି । ଏହି ମେସେଜକୁ ହାଲକା ଭାବେ ନନେବାକୁ କୁହାଯାଇଛି ।

ଲରେନ୍ସ ବିଷ୍ଣୋଇ ସହ ଶତୃତା ସମାପ୍ତ ପାଇଁ ଚାହୁଁଥିଲେ ୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି ୫ କୋଟି ଟଙ୍କା ନ ଦିଅନ୍ତି ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଖରାପ ହେବ ବୋଲି ଧମକ ଦିଆଯାଇଛି । ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ଗତକାଲି ରାତିରେ ମୁମ୍ବାଇ ପୋଲିସ ଏହି ଧମକ ପୂର୍ଣ୍ଣ ମେସେଜ ପାଇଛି । ଗତ କିଛି ଦିନ ତଳେ ମହାରାଷ୍ଟ୍ରର NCP ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୁପାରୀ ଦେଇ ହତ୍ୟା କରାଯାଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଥିଲା । ତେବେ ହତ୍ୟାକାଣ୍ଡର ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍

ସେପଟେ ଲରେନ୍ସ ବିଷ୍ଣୋଇଙ୍କୁ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ ମେସେଜ୍ ଦେଇଛନ୍ତି । ସଲମାନଙ୍କ ଜୀବନ ପ୍ରତି ବିପଦ ଥିବା ଖବର ଆସିବା ପରେ ଏହି ବିବାଦକୁ ସମାଧାନ କରିବାକୁ ଆଗକୁ ଆସିଛନ୍ତି ୯୦ ଦଶକ ହିଟ୍ ହିରୋଇନ୍ ସୋମି ଅଲ୍ଲୀ । ଯାହା ପୁରା ଘଟଣାକୁ ଏକ ଭିନ୍ନ ରୂପ ଦେଇଛି। ଏକଦା ସଲମାନଙ୍କ ଗ୍ରଲଫ୍ରେଣ୍ଡ୍ ତଥା ଘନିଷ୍ଠ ବନ୍ଧୁ ସୋମୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲରେନ୍ସଙ୍କୁ ନିବେଦନ କରିଛନ୍ତି ।

lawrence bishnoi

ସେ ଲେଖିଛନ୍ତି, ଭାଇ ଲରେନ୍ସ ମୁଁ ଜାଣିଛି ତୁମେ ଜେଲ୍ ଭିତରୁ ZOOM କଲରେ କଥା ହୋଇପାର । ତେଣୁ ନିବେଦନ କରିବି କି ମୋ ସହ କଥା ଥରେ ହୁଅନ୍ତୁ । ମୁଁ ରାଜସ୍ଥାନ ଯିବାକୁ ଚାହୁଁଛି, ସେଠି ଥିବା ବିଷ୍ଣୋଇ ସମାଜର ମନ୍ଦିରରେ ପୂଜା କରିବି । ସବୁ ବିବାଦର ସମାଧାନ କରିହେବ ଏହି ଆଲୋଚନା ଦ୍ବାରା ବୋଲି ସୋମୀ ଲେଖିଛନ୍ତି । ଲରେନ୍ସ ବିଷ୍ଣୋଇଙ୍କୁ ସୋମୀ ଅଲ୍ଲୀଙ୍କ ଏହି ନିବେଦନ ମେସେଜ୍ ଘଟଣାରେ ନୂଆ ଚର୍ଚ୍ଚା ଯୋଡ଼ିଛି ।