Advertisment

ବିଳାସପୂର୍ଣ୍ଣ ଜୀବନରେ ପୂର୍ଣ୍ଣଚ୍ଛେଦ, ଜେଲର ଚାରି କାନ୍ଥରେ ବିତିଲା ଗୁରୁଜୀଙ୍କ ରାତି

ବହୁଚର୍ଚ୍ଚିତ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ। ଗିରଫ ପରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ବାପପୁଅଙ୍କୁ ଖୋର୍ଦ୍ଧା ସବଜେଲ ପଠାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Manas Das

Manas Das

Advertisment

ଖୋର୍ଦ୍ଧା: ଭୁଶୁଡିଲା ମାନବବାଦ ସଂଗଠନର ଦୁର୍ଗ। ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଗୁରୁଜୀଙ୍କର ଜେଲର ଚାରି କାନ୍ଥରେ ବିତିଲା ରାତି। ଯିଏ ଦିନେ ରାସ୍ତାରେ ଚାଲୁଥିବାବେଳେ ଫୁଲର ବର୍ଷା ହେଉଥିଲା, ଆଗ ପଛରେ ବଡିଗାର୍ଡ ରହୁଥିଲେ, ଲୋକେ ନତମସ୍ତକ ହୋଇ ଯାହାଙ୍କ ପାଦସ୍ପର୍ଶ କରୁଥିଲେ ଦିନ କେଇଟାରେ ସେସବୁ ବାସ୍ତବ ସ୍ୱପ୍ନରେ ପରିଣତ ହୋଇଗଲା। ପାପ କର୍ମ କରି ଯେଉଁ ସାମ୍ରାଜ୍ୟର ଆଧିପତ୍ୟ ବିସ୍ତାର କରିଥିଲେ, ତାହା ଧ୍ୱଂସ ହୋଇଗଲା। ବହୁ ଅମାନବୀୟ ଖେଳ ଖତମ ପରେ ଜେଲ୍ ଗଲେ ଗୁରୁଜୀ ବାପପୁଅ।

Advertisment

ଗିରଫ ପରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ବାପପୁଅଙ୍କୁ ଖୋର୍ଦ୍ଧା ସବଜେଲ ପଠାଇ ଦିଆଯାଇଛି। ବହୁଚର୍ଚ୍ଚିତ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗୁରୁବାର ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ। ମାନସଙ୍କ ସହ ତାଙ୍କ ପୁଅ ମନୋରଂଜନକୁ ବି ପୋଲିସ ଗିରଫ କରିଥିଲା। ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅଙ୍କୁ ହତ୍ୟା ଓ ମାଡ଼ପିଟ ମାମଲାରେ ଗିରଫ କରାଯାଇଥିବା ପ୍ରେସମିଟରେ ସୂଚନା ଦେଇଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ।

ଆଦିବାସୀ ଯୁବକ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ପୋଲିସ ଗିରଫ କରିଛି। ସତ୍ୟବ୍ରତ ହତ୍ୟା ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଜେରା କରାଯାଇଥିଲା। ଜେରା ବେଳେ ଘଟଣା ସହ ମାନସଙ୍କ ସଂପୃକ୍ତି ପ୍ରମାଣ ମିଳିବା ପରେ ମାନସ ଗିରଫ ହୋଇଥିବା କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି।ହତ୍ୟାକାଣ୍ଡ ସ୍ଥଳରେ ମାନସ ନଥିଲେ ବି ପରୋକ୍ଷରେ ଅପରାଧ ଘଟାଇଥିଲେ।

Advertisment

ସେପଟେ ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଭଳି ଅଭିଯୋଗରେ ପୋଲିସ ସଙ୍ଗୀନ ଦଫା ଲଗାଇଛି। ମାନସଙ୍କ ନାଁରେ ୩୦୨, ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଦଫା ଲାଗିଛି। ତାଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତାର ତଦନ୍ତ ଚାଲିଥିବା IG କହିଛନ୍ତି। ସେପଟେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଂଜନ ଦାସଙ୍କୁ କଡ଼ବ ଗାଁର ବାପା, ପୁଅଙ୍କୁ ମାଡ଼ ମାମଲାରେ ଗିରଫ କରାଯାଇଛି। ମନୋରଞ୍ଜନଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା।

Odisha Police Human Organisation Chief Manas Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ