• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋହନା(ମିହିର ଜତି) : ’ଜୁଲାଇ ୧୧ ତାରିଖରେ ସ୍ୱାମୀ ଆରପାରିକୁ ଚାଲିଗଲେଣି । ହେଲେ ଏବେ ବି ଭତ୍ତା ଟଙ୍କା ଉଠୁଛି । ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ଦିଆଯାଉଥିବା ୨୦୦୦ ଟଙ୍କା ମଧ୍ୟ ଦିଆଗଲାନି । ଝିଆରି ସରପଞ୍ଚ ପାଖକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଗଲା, କିନ୍ତୁ ଟଙ୍କା ମିଳିଲାନି । ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ଉଭୟ ସ୍ୱାମୀସ୍ତ୍ରୀଙ୍କୁ ୧୦୦୦ ଟଙ୍କା ଭତ୍ତା ଆକାରରେ ମିଳୁଥିଲା । ଏବେ ୫୦୦ ଟଙ୍କା ଉଠାଉଥିବା କହିଛନ୍ତି ମୃତକଙ୍କ ସ୍ତ୍ରୀ କର୍ମିଲା ନାୟକ’ । ମୃତ ବ୍ୟକ୍ତିଙ୍କ ନାମରେ ଚଂଚକତା କରି ଭତ୍ତା ଟଙ୍କା ଉଠାଣ ନେଇ ଅଭିଯୋଗ କରିଛନ୍ତି ।

ଗଜପତି ମୋହନା ବ୍ଳକ ପିଣ୍ଡିକି ପଂଚାୟତର ପିଣ୍ଡିକି ଗାଁରେ ଗତ ମେ ଓ ଜୁଲାଇ ମାସରେ ଲୁଇଜା ନାୟକ ଓ ମାଥିଉ ନାୟକ ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଅଜାଣତରେ ସେମାନଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ହେଉଛି । ଆଉ ଏଥିପାଇଁ ମୃତ୍ୟୁ ପରେ ଶବସଂସ୍କାର ପାଇଁ ଦିଆଯାଉଥିବା ଟଙ୍କା ତାଙ୍କ ପରିବାରକୁ ଦିଆଗଲାନି । କେବଳ ଲୁଇଜା ଓ ମାଉଥିଙ୍କ ପରି ପଂଚାୟତର ନିଜୁମା, ଭିମପୁର, ଡାଳିଆମ୍ବ ଓ କିର୍ତିଙ୍ଗ ସମେତ ବିଭିନ୍ନ ଗାଁରେ ମଧ୍ୟ ଏକାଧିକ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ମୃତ୍ୟୁ ହେବାରେ ପରିବାର ଲୋକଙ୍କୁ ହରିଶ୍ଚନ୍ଦ ଯୋଜନାରେ ସହାୟତା ମିଳିନାହିଁ ।

ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ କହିଛନ୍ତି, ମୃତ ବ୍ୟକ୍ତିଙ୍କ ସଂମ୍ପର୍କିୟଙ୍କ ଠାରୁ ଟିପ ନେଇ ଭତା ଟଙ୍କା ବଂଟନ କରିଛନ୍ତି । ହେଲେ ପରିବାର ଲୋକେ ତାହା ଜାଣି ନଥିବା କହିଛନ୍ତି । ପରେ ହିତାଧିକାରୀ ମୃତ ବୋଲି ପିଇଓ ଜାଣିବା ପରେ ସେ ବ୍ଳକକୁ ଅବଗତ କରାଇ ସେମାନଙ୍କ ନାମ ରେକର୍ଡରୁ କଟା ଯାଇଥିବା କହିଛନ୍ତି । କେବଳ ପିଣ୍ଡିକି ପଂଚାୟତ ନୁହଁ ଏହି ଭଳ ବ୍ଳକର ବିଭିନ୍ନ ପଂଚାୟତରେ ଦୁର୍ନୀତି ଚାଲିଛି । ଘଟଣାକୁ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟନଷ୍ଠାନ ଦାବି କରିଛନ୍ତି ଜନସାଧାରଣ । ଏ ନେଇ ବିଡିଓ କହିଛନ୍ତି, ଘଟଣା ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ପିଇଓଙ୍କୁ ସେଠାରୁ ବଦଳି କରାଯିବ ।