Advertisment

Malicious Attempt: ଘରେ ଏକୁଟିଆ ଥିଲା ଝିଆରୀ, ଦାଦା କବାଟ ଭାଙ୍ଗି କଲା ଦୁଷ୍କର୍ମ ଉଦ୍ୟମ

ଘରେ କେହି ନଥିଲା ବେଳେ ଦାଦା ଜଣକ ଝିଆରୀକୁ ଟଣା ଘୋଷରା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ପୀଡ଼ିତା ଝିଆରୀ ପ୍ରତିବାଦ କରିବାରୁ ତାଙ୍କ ବେକରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଛି ।

ଅଦ୍ୟତନ ହୋଇଛି
ଦୁଷ୍କର୍ମ ଉଦ୍ୟମ

ଦୁଷ୍କର୍ମ ଉଦ୍ୟମ

Advertisment

ଝିଆରୀକୁ ଦାଦାର ଦୁଷ୍କର୍ମ ଉଦ୍ୟମ ! କବାଟ ଭାଙ୍ଗିବାକୁ ଉଦ୍ୟମ କଲା ଦାଦା । ଘରେ କେହି ନଥିବାର ସୁଯୋଗ ନେଇ ଝିଆରୀ ଉପରେ ଖରାପ ଦୃଷ୍ଟି ପକାଇଥିଲା ଦାଦା ! ଅମଣିଷ ପରି ବି ବ୍ୟବହାର କରିଥିଲା । ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଳା ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରୁ । ସାମାନ୍ୟ ଜମିବାଡ଼ି ବିବାଦକୁ ନେଇ ହିତାହିତ ଜ୍ଞାନ ଭୁଲିଯାଇ ବାପା ରୂପକ ମଣିଷଟା ଅମଣିଷ ପରି ବ୍ୟବହାର କରିଛି । ନିଜ ଝିଅ ପରି ଝିଅରୀ ଉପରେ ଖରାପ ନଜର ପକାଇଛି ଦାଦା । ଯାହାକୁ ନେଇ ଏବେ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା ଓ ତାଙ୍କ ମା’ ।

Advertisment

ପୂର୍ବରୁ ଜମିଜମାକୁ ନେଇ ପରିବାର ମଧ୍ୟରେ ବିବାଦ ଲାଗି ରହୁଥିଲା । ବାରମ୍ବାର ଭାଇ-ଭାଇଙ୍କ ମଧ୍ୟରେ ବଚସା ବି ହେଉଥିଲା । ହେଲେ ସେହି ବସଚା ଉଗ୍ର ରୂପ ନେଇ ଏଭଳି ଏକ କାଣ୍ଡ ଘଟିଛି । ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲେ ଏଭଳି ଅଭାବନୀୟ ଘଟଣା ଘଟିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଘରେ କେହି ନଥିଲା ବେଳେ ଦାଦା ଜଣକ ଝିଆରୀକୁ ଟଣା ଘୋଷଡା କରିଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୂହେଁ, ପୀଡ଼ିତା ଝିଆରୀ ପ୍ରତିବାଦ କରିବାରୁ ତାଙ୍କ ବେକରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଛି । ସେହି ସମୟରେ ଯୁବତୀ ଜଣକ ଖୁବ୍‌ ଜୋରରେ ପାଟିତୁଣ୍ଡ କରିଥିଲେ । ହେଲେ ଅମଣିଷ ପାଲଟିଯାଇଥିବା ଦାଦା ହିତାହିତ ଜ୍ଞାନ ଭୁଲି ଏଭଳି କାଣ୍ଡ କରିଥିଲା। ତେବେ ଝିଅଟିର ପାଟି ଶୁଣି ଜୀବନ ବଞ୍ଚାଇଥିଲେ ଗ୍ରାମବାସୀ ।

Advertisment

ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ । ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Sexually Assaulted Assault Case Uncle Rapes Niece
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ