Advertisment

ପରୀକ୍ଷା ଦେବାକୁ ଆସିଲେନି ଛାତ୍ରୀ, ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା...

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ ହୋଇଛନ୍ତି। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଗିରଫ ହୋଇଛନ୍ତି।

ଅଦ୍ୟତନ ହୋଇଛି
Odisha lady lecturer arrested for appearing exam for absent student

Lady Lecturer Of Degree College Arrested For Writes Exam Absentee Student

Advertisment

ବନ୍ଧା ହେଲେ 420 ଅଧ୍ୟାପିକା। ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ ହୋଇଛନ୍ତି। ମୟୂରଭଂଜ ଉଦଳାରେ ଏଭଳି ଘଟଣା ଘଟିଛି। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ଗିରଫ ହୋଇଛନ୍ତି।

Advertisment

ସୂଚନା ଅନୁସାରେ, ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା। ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିବା ବେଳେ ଅଧ୍ୟାପିକା ତୁଲିକା ଆଶ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ୍‌ ଦସ୍ତଖତ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ କଲେଜ ଅଧ୍ୟକ୍ଷ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଥିଲେ। ପରେ ଉଦଳା ଥାନାରେ କଲେଜ ଅଧ୍ୟକ୍ଷ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଧ୍ୟାପିକାଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ