Advertisment

ଅର୍ଚ୍ଚନା ସମ୍ପତ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଇଡି

ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା।

undefined

Lady blackmailer case

Advertisment

ଝିଅ ଅର୍ଚ୍ଚନା ନାଗର କଳାଧନ ସାମ୍ରାଜ୍ୟକୁ ନେଇ ଘାଣ୍ଟୁଥିବା ଇଡ଼ି ସ୍କାନରରେ ବାପା ସୁରେନ୍ଦ୍ର ନାଗ। ଘନ ଘନ ପ୍ରଶ୍ନ ପଚାରୁଛି ଇଡି, ସାଙ୍ଗରେ ସୁରେନ୍ଦ୍ର ଆଣିଥିବା ଦସ୍ତାବିଜର ହେଉଛି ଯାଞ୍ଚ। ସମୟ ସକାଳ ପ୍ରାୟ ୮ଟା। କେସିଙ୍ଗାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଧରି ଭୁବନେଶ୍ୱର ଇଡି ଅଫିସରେ ହାଜର ହୋଇଥିଲେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର। ତାପରେ ରୁଦ୍ଧଦ୍ୱାରରେ ଇଡ଼ିର ୨ ଅଫିସରଙ୍କ ଦ୍ୱାରା ଚାଲିଲା ଜେରା।

Advertisment

କେସିଙ୍ଗା ସ୍ଥିତ ସୁଦୃଶ୍ୟ କୋଠା ନିର୍ମାଣ ପଛର କାହାଣୀ କଣ ? ସରକାରୀ ଜାଗାରେ କିପରି ଏବଂ କାହା ଟଙ୍କାରେ ନିର୍ମାଣ କଲେ ଏହି ୩ ମହଲା କୋଠା? କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଲମ୍ବିଥିବା ଅର୍ଚ୍ଚନାର ନେଟ୍ଓ୍ବର୍କରେ କେଉଁମାନେ ସଂପୃକ୍ତ? ୫ ବର୍ଷ ଭିତରେ କେମିତି କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନା କଲା ଝିଅ ଅର୍ଚ୍ଚନା? ଏମିତି ମାଳ ମାଳ ପ୍ରଶ୍ନ ଧରି ବାପା ସୁରେନ୍ଦ୍ର ନାଗଙ୍କୁ ଜେରା କରିଛି ଇଡ଼ି।

କେବଳ ଏତିିକି ନୁହେଁ, ବିବାହ ପୂର୍ବରୁ ଜଗବନ୍ଧୁ ଚାନ୍ଦ ସହ କେମିତି ଲିଙ୍କରେ ଆସିଲା ଅର୍ଚ୍ଚନା, ସେନେଇ ବି ଇଡି ତଥ୍ୟ ଆଦାୟ କରିଛି। ଅନେକ ସନ୍ଦେହଜନକ ଦିଗକୁ ନେଇ ଅର୍ଚ୍ଚନା ମୁହଁ ଖୋଲୁନଥିବାରୁ ଇଡ଼ି ବର୍ତ୍ତମାନ ତାଙ୍କ ବାପାଙ୍କଠୁ ତଥ୍ୟ ଆଦାୟ କରୁଥିବାବେଳେ ଆଗକୁ ନାଗ-ଚାନ୍ଦ ଦମ୍ପତିଙ୍କୁ ରିମାଣ୍ଡରେ ନେଇ ଜେରା କରିପାରେ ବୋଲି କୁହାଯାଉଛି।

Advertisment

ଏଣେ ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା। ଆଜି ତୃତୀୟ ଦିନ ଜେରା ଭିତରେ ଇଡି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା କୁହାଯାଉଛି। ସେହି ତଥ୍ୟ ଆଧାରରେ ସଂଧ୍ୟାରେ ଖଗେଶ୍ୱରକୁ ଧରି ବିଭିନ୍ନ ସ୍ଥାନକୁ ନେଇଛି ଇଡ଼ି। ଖଗେଶ୍ୱରଙ୍କ ଜେରାରୁ ଜଗବନ୍ଧୁଙ୍କ ଏକ ଟ୍ରାନ୍ସପୋର୍ଟ ବିଜନେସ୍‌ର ଲିଙ୍କ୍ ସାମ୍ନାକୁ ଆସିଛି। ଯାହାର ସୂତ୍ରଧର ଖଗେଶ୍ୱର ପାତ୍ର।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୫ ଜଣିଆ ଟିମ୍ ଖଗେଶ୍ୱରଠୁ ଏଭଳି ତଥ୍ୟ ଆଦାୟ କରିବା ସହ ଖଗେଶ୍ୱରର ୨ଟି ମୋବାଇଲ୍କୁ ଫରେନ୍ସିକ୍ ଏକ୍ସପର୍ଟଙ୍କ ଜରିଆରେ ଯାଞ୍ଚ କରୁଛି। କାରଣ ଖଗେଶ୍ୱରଠୁ ମିଳିଥିବା ୫ଟି ଆକାଉଣ୍ଟରେ ନାଗ-ଚାନ୍ଦ ଦମ୍ପତି ସହ ପ୍ରାୟ ୫୦ଲକ୍ଷ ଟଙ୍କାର ଟ୍ରାନ୍ଜାକ୍ସନ ହୋଇଥିବା ବେଳେ ବଳକା ଟ୍ରାନଜାକ୍ସନ କିଏ କରିଛି, ତାହାର ତଥ୍ୟ ମିଳୁନି। ଏପରିକି ମୋବାଇଲରୁ ବହୁ ତଥ୍ୟ ସହ ଭିଡ଼ିଓ ଏବଂ ମେସେଜ୍ ଡିଲିଟ୍ ହୋଇଛି। ତେଣୁ ସାଇବର ଏକ୍ସପର୍ଟଙ୍କ ସହାୟତାରେ ଡାଟା ରିକଭରି ପାଇଁ ଇଡ଼ି ଉଦ୍ୟମ ଚଳାଇଛି। 

Advertisment

ସେପଟେ ନୂଆଦିଲ୍ଲୀରେ କଳାଧନ ସମ୍ପର୍କିତ SIT ବୈଠକରେ ଅର୍ଚ୍ଚନାର ମନି ଲଣ୍ଡ୍ରିଂ ପ୍ରସଙ୍ଗ ଉଠିଛି। ଅର୍ଚ୍ଚନାର ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ଏତେ ଅମାପ ସମ୍ପତ୍ତି କେମିତି ଆସିଲା  ସେନେଇ ତଦନ୍ତ ଜାରି ରହିଛି ବୋଲି SITକୁ କହିଛି ଇଡ଼ି। ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ଆଶଙ୍କା ରହିଛି। ଏ ସଂପର୍କରେ ତଦନ୍ତ କରିବାକୁ ଆୟକର ବିଭାଗକୁ SIT ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ଡ୍ରଗ୍ସ କାରବାର ଏବଂ ଓଡ଼ିଶାର ଅର୍ଚ୍ଚନା ନାଗ ଉପରେ ଆଲୋଚନା ହୋଇଥିବା କୁହାଯାଉଛି।

(ଭୁବନେଶ୍ୱରରୁ ଅତୁଲ୍ୟ ବାଉତ ଏବଂ ଚନ୍ଦନ ପାଇକରାୟଙ୍କ ରିପୋର୍ଟ)

ED Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ