କେଉଁଠି ଲବ ହାଂସଦା ?
କେଉଁଠି ଅଛନ୍ତି ଟ୍ରାଭେଲ୍ ବ୍ଲଗର ଲବ ହାଁସଦା ? ବିବାଦକୁ ନେଇ କାହିଁକି ଖୋଲୁନାହାଁନ୍ତି ମୁହଁ ? କେମିତି ଗଲା ଲବଙ୍କ ପ୍ରେମିକାଙ୍କ ଜୀବନ ? ଜୀବନ ହାରିଲେ ନା ତାଙ୍କୁ ହତ୍ୟା କରାଯାଇଛି ? ବହୁ ଚର୍ଚ୍ଚିତ ଟ୍ରାଭେଲ୍ ବ୍ଲଗର ଲବ ହାଁସଦାଙ୍କୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି । ପ୍ରେମିକାଙ୍କ ମୃତ୍ୟୁ ନେଇ ଥାନାରେ ଅଭିଯୋଗ ପରେ ବି ମୁହଁ ଖୋଲିନାହାନ୍ତି ବ୍ଲଗର ଲବ ହାଁସଦା । ବେଙ୍ଗାଳୁରୁରେ ଲବଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁର HSR LAYOUT ଥାନାରେ ଲବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ମୃତ ଯୁବତୀଙ୍କ ଭାଇ ।
ଅଧିକ ପଢ଼ନ୍ତୁ: ପୁଣି ଇସ୍କନର ମନମାନୀ, ଆସନ୍ତାକାଲି ଲଣ୍ଡନରେ କରିବ ଅଦିନିଆ ରଥଯାତ୍ରା
ଲବ ହାଁସଦାଙ୍କ ପ୍ରେମିକା ୨ ଦିନ ତଳେ କୁଆଡ଼େ ଜୀବନ ହାରିଥିଲେ । ଆଉ ତାଙ୍କ ମୃତ୍ୟୁ ପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତକଙ୍କ ଭାଇ । ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ହୋଇଥିବା ବେଳେ ବେଙ୍ଗାଲୁରୁରେ ସେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଁସଦାଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ପ୍ରେମିକା, ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିବା ଥାନାରେ ଅଭିଯୋଗ ହୋଇଛି । ଶେଷରେ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀଙ୍କ ଭାଇ ।
ଜୀବନ ହାରିବାର କିଛି ସମୟ ପୂର୍ବରୁ ମଧ୍ୟ ମୃତ ଯୁବତୀ ପ୍ରେମିକ ଲବ ହାଁସଦାଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୂଚନା ମିଳିଛି । ତେବେ ଏନେଇ ବ୍ଲଗର ଲବ ହାଁସଦାଙ୍କୁ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747469630.jpg)