Advertisment

ବିଜେଡି ନେତାଙ୍କୁ ହତ୍ୟା ଘଟଣା: ବନ୍ଧା ହେଲେ ସରପଞ୍ଚ

ବିଜେଡି ନେତା ମଧୁସୂଦନ ବିଷୋୟୀଙ୍କ ହତ୍ୟାର ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚ ଏହି ଘଟଣା ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Kumarpani sarpanch arrested in connection with murder of BJD leader Madhusudan Bisoyi in Ganjam

Kumarpani sarpanch arrested in connection with murder of BJD leader Madhusudan Bisoyi in Ganjam

Advertisment

ବିଜେଡି ନେତା ମଧୁସୂଦନ ବିଷୋୟୀଙ୍କ ହତ୍ୟାର ଅଭିଯୁକ୍ତ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଗତ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବାର୍ଷିଙ୍ଗି ନିକଟ ନନ୍ଦିନୀ ସେତୁ ଠାରେ ସଂଘବଦ୍ଧ ଆକ୍ରମଣରେ ମଧୂସୁଦନ ବିଷୋୟୀଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ କୁମାରପାଣି ସରପଞ୍ଚ ଉଦୟ ପ୍ରଧାନଙ୍କୁ ଶେରଗଡ ପୋଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁମାରପାଣି ସରପଞ୍ଚ ଏହି ଘଟଣା ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

Advertisment

ସୂଚନା ଅନୁସାରେ, ମଧୁ ବିଷୋୟୀ ବାଇକ୍‌ରେ ନିଜ ଗାଁ କୁମାରପାଣିକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ଛପି ରହିଥିବା କିଛି ବ୍ୟକ୍ତି ତାଙ୍କ ଉପରକୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ମଧୁଙ୍କୁ ସେତୁ ଉପରୁ ତଳକୁ ଫୋପାଡ଼ି ଦେଇଥିବା ଅଭିଯୋଗ ଆସିଛି। 

ଘଟଣାସ୍ଥଳରୁ ତଥା ପୋଲ ତଳୁ ମଧୁ୍ଙ୍କୁ ଉଦ୍ଧାର କରାଯାଇ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଥାଉ କି, ଗତ ପଞ୍ଚାୟତ ନିର୍ବାଚନ ପରିଚାଳନାରେ ମଧୁଙ୍କର ମୂଖ୍ୟ ଭୂମିକା ରହିଥିଲା। ଏହି କାରଣରୁ କୁମାରପାଣି ପଞ୍ଚାୟତର କିଛି ଲୋକଙ୍କ ସହ ତାଙ୍କର ରାଜନୈତିକ ତିକ୍ତତା ରହିଥିଲା। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ