Advertisment

ହରିଶଙ୍କରରେ ନିମ୍ନମାନର କାର୍ଯ୍ୟ ! ସରପଞ୍ଚ-ଯନ୍ତ୍ରୀଙ୍କ ମାରପିଟ୍‌ ପରେ ଫିଟୁଛି ଗୁମର

ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।

ଅଦ୍ୟତନ ହୋଇଛି
undefined

Balangir

Advertisment

ଜନପ୍ରତିନିଧି ବନାମ ସରକାରୀ ବାବୁ । ସରପଞ୍ଚ ବନାମ ସରକାରୀ ଯନ୍ତ୍ରୀ । ଭିଡ଼ାଭିଡ଼ି ଅବସ୍ଥା। ହରିଶଙ୍କର ପୀଠରେ ହଇଚଇ ଖେଳାଇ ଦେଇଥିବା ଏକ ଭାଇରାଲ୍ ଭିଡିଓକୁ ନେଇ ସାରା ବଲାଙ୍ଗିର ଜିଲ୍ଲାରେ ହଟଚମଟ । ରାଜ୍ୟବ୍ୟାପି ଚର୍ଚ୍ଚା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କାହିଁକି ଘଟିଲା ଏମିତି ? କାହିଁକି ଆକ୍ରମଣାତ୍ମକ ମୁଦ୍ରାକୁ ଆସିଯାଇଥିଲେ ପୂର୍ତ୍ତ ବିଭାଗ SDO ସିଦ୍ଧାର୍ଥ ଦାସ? କୁହାଯାଉଛି, ଅଭିଯୋଗରୁ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ଆକ୍ରମଣରେ ତାହା ଶେଷ ହୋଇଥିଲା।

Advertisment

ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ କାମରେ ଅନିୟମିତତା ଦେଖିବାରୁ ଅଭିଯୋଗ କରିଥିଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର । ସେ କହିଥିଲେ ପୁରୁଣା ପଥରକୁ ନ କାଢି କାହିଁକି ଉପରଠାଉରିଆ କାମ କରୁଛ ? କ’ଣ ପାଇଁ ବାଲି ସହିତ ଅଳ୍ପ ସିମେଣ୍ଟ ମିଶାଇ ନିମ୍ନମାନର କାମ କରୁଛ ? ତେବେ ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।

ପାଟଣାଗଡ଼ର ପ୍ରହଲ୍ଲାଦ ପାଢୀ ନାମକ ଜଣେ ବ୍ୟକ୍ତି ମଧ୍ୟ ପୁରୁଣା ରଡର ଫଟୋ ଓ ଭିଜୁଆଲ ସହ ବିଭାଗୀୟ ଅଧିକାରୀ ଓ CM ପୋର୍ଟାଲରେ ଲିଖିତ ଅଭିଯୋଗ କରିଥିଲେ। କେମିତି ପୁରୁଣା ଏବଂ କଳଙ୍କି ଲଗା ରଡ୍ ବ୍ୟବହାର କରାଯାଇଥିଲା ତାର ଫଟୋ ମଧ୍ୟ ସମସ୍ତେ ଦେଖିଥିଲେ । ଏସବୁକୁ ନେଇ ଅଭିଯୋଗ ସତ୍ତ୍ୱେ ବାବୁଙ୍କ କୌଣସି ପରବାୟ ହିଁ ନଥିଲା। ତେଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ ବି ରେଡିମେଡ୍ ଉତ୍ତର, ରଡ୍ ପୁରୁଣା ନୁହେଁ, ସିମେଣ୍ଟ ଲାଗି ଏଭଳି ଦେଖାଯାଉଛି। 

Advertisment

ଗତକାଲି ଉଭୟଙ୍କ ଏତଲା ଆଧାରରେ ସରପଞ୍ଚ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଖପ୍ରାଖୋଲ ପୋଲିସ ଡାକି ପଚରାଉଚୁରା କରିଥିଲା। ଏ ସମୟରେ ଥାନାରେ ପହଞ୍ଚିଥିଲେ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ । ଖପ୍ରାଖୋଲ ବ୍ଳକର ବିଭିନ୍ନ ପଂଚାୟତର ସରପଂଚ ଓ ଅନ୍ୟ ସାମାଜିକ ସଂଗଠନ ବି ପ୍ରତିବାଦ କରିଥିଲେ। ରାତିରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କୋଶଲ ରାଜ୍ୟ ମୁକ୍ତିମୋର୍ଚ୍ଚା ବିକ୍ଷୋଭ କରିଥିଲା। ତାରି ଭିତରେ ରାତି ପ୍ରାୟ ୧୦ଟାରେ ଉଭୟଙ୍କୁ କୋର୍ଟଚାଲାଣ କରାଯିବା ପରେ କୋହଳ ଦଫା ଲାଗି ଉଭୟଙ୍କ ଜାମିନ ମଂଜୁର ହୋଇଥିଲା।

ତେବେ ଜଣେ ସରକାରୀ ଅଧିକାରୀ ହୋଇ ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି ଏଭଳି ଆଚରଣ କାହିଁକି ? ଏଭଳି ପ୍ରଶ୍ନ ଉଠାଇ, ଘଟଣାକୁ ନିନ୍ଦା କରିବା ସହ ସଂପୃକ୍ତ ଯନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତି । ଘଟଣା ସଂପର୍କରେ ଆଜି ପୂର୍ତ୍ତବିଭାଗ SDOଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅପରପକ୍ଷେ ପାଟଣାଗଡ଼ SDPO କହିଛନ୍ତି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Advertisment
BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ