Advertisment

Kolkata Gang-rape: ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତିରେ ହୋଇଥିଲା ଗଣଦୁଷ୍କର୍ମ ! ୪କୁ ବଢିଲା ଗିରଫଦାରୀ ସଂଖ୍ୟା

ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ୪କୁ ବଢିଲା ଗିରଫଦାରୀ ସଂଖ୍ୟା । ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଘଟଣାବେଳେ କ୍ୟାମ୍ପସରେ ଉପସ୍ଥିତ ଥିଲେ ସିକ୍ୟୁରିଟି ଗାର୍ଡ । ଦାୟିତ୍ୱରେ ଅବହେଳା ଅଭିଯୋଗରେ ସିକ୍ୟୁରିଟି ଗାର୍ଡ ଗିରଫ ।

ଅଦ୍ୟତନ ହୋଇଛି
Kolkata Gang-rape

Kolkata Gang-rape

Advertisment

କୋଲକାତାରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ୪କୁ ବଢିଲା ଗିରଫଦାରୀ ସଂଖ୍ୟା । ଲ' କଲେଜ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କଲେଜ କ୍ୟାମ୍ପସ୍‌ ଭିତରେ ହିଁ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଛାତ୍ରୀ ।

Advertisment

ଅଭିଯୋଗ ଅନୁସାରେ, କସବା ଲ' କଲେଜରେ ଗତ ବୁଧବାର ରାତି ୭.୩୦-୮.୩୦ ରେ ଏହି ଘଟଣା ଘଟିଛି । ଅଭିଯୋଗ ଆଧାରରେ ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସେହି କଲେଜର ଛାତ୍ର ହୋଇଥିବାବେଳେ ଅନ୍ୟ ଜଣେ ପୁରାତନ ଛାତ୍ର । ଏହାପରେ ଆଜି ଜଣେ ସିକ୍ୟୁରିଟି ଗାର୍ଡ ପିନାକୀ ବାନାର୍ଜୀକୁ ବି ଗିରଫ କରିଛି କୋଲକାତା ପୋଲିସ । ଗୁରୁବାର ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ମନୋଜିତ ମିଶ୍ର, ପ୍ରମିତ ମୁଖାର୍ଜୀ ଏବଂ ଜେବ୍ ଅହମ୍ମଦ । 

ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ପୂର୍ବରୁ ତୃଣମୂଳ ଛାତ୍ର କଂଗ୍ରେସ ନେତା ଥିବାବେଳେ ୨୦୨୧ରେ ତାକୁ କଲେଜରୁ ବହିଷ୍କୃତ କରାଯାଇଥିଲା । ପରେ ୨୦୨୨ରେ ସେ ଆଇନ ପରୀକ୍ଷା ଦେଇ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିଥିଲା । ବର୍ତ୍ତମାନ ସେ କ୍ରିମିନାଲ ଲୟର ଥିବାବେଳେ କଣ୍ଟ୍ରାକଚୁଆଲ ଷ୍ଟାଫ୍‌ ଭାବେ କଲେଜରେ କାମ ମଧ୍ୟ କରୁଛି । ଖାଲି ସେତିକି ନୁହେଁ, ମନୋଜିତ ଟିଏମସି ସହିତ ଜଡିତ ଥିବା ଘଟଣାକୁ ନେଇ ତେଜିଛି ରାଜନୀତି । 

Advertisment

ସେହିପରି ଆଇନ ପ୍ରଥମ ବର୍ଷର ଛାତ୍ର ପ୍ରମିତ ମୁଖାର୍ଜୀ  ଏବଂ ଦ୍ୱିତୀୟ ବର୍ଷର ଛାତ୍ର ଜେବ୍ ଅହମ୍ମଦ । ପୀଡିତାଙ୍କ ବୟାନ ଅନୁସାରେ, ତାଙ୍କୁ ପ୍ରଥମେ କିଛି ବିସ୍କୁଟ ଖାଇବାକୁ ଦେଇଥିଲେ ଅଭିଯୁକ୍ତ । ଏହାପରେ କଲେଜ ୟୁନିୟନରେ ଉଚ୍ଚ ପଦବୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ମନୋଜିତ ମିଶ୍ର ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା । ହେଲେ ଛାତ୍ରୀ ଜଣକ ଅରାଜି ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଘୋଷାଡି ଘୋଷାଡି ନେଇଥିଲେ । ଆଉ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ । ସିକ୍ୟୁରିଟି ଗାର୍ଡ ସେହି ସମୟରେ କ୍ୟାମ୍ପସରେ ଉପସ୍ଥିତ ଥିବା ଅଭିଯୋଗ ଆଣିଛନ୍ତି ପୀଡିତା । 

କଲେଜର ସିସିଟିଭି ଯାଞ୍ଚବେଳେ ସିକ୍ୟୁରିଟି ଗାର୍ଡ ଜଣକ ଘଟଣା ଦିନ ରାତିରେ କ୍ୟାମ୍ପସରେ ଉପସ୍ଥିତ ଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ପ୍ରଥମେ ପଚରାଉଚରା ପରେ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି ପୋଲିସ । ଦାୟିତ୍ୱରେ ଅବହେଳା ଅଭିଯୋଗରେ ଗିରଫ କରାଯାଇଛି ।  

Advertisment

ଅଧିକ ପଢନ୍ତୁ: କୋଲକାତା ହରର୍: ଆଇନ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ଗଣଦୁଷ୍କର୍ମ 

Rape Case Gangrape Kolkata Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ