• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କୋଲକାତା ଲଜ୍ଜା । ସନ୍ଦୀପ ଘୋଷଙ୍କ ନାଁରେ ଏତଲା କଲା ସିବିଆଇ । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ଦାୟର ହୋଇଛି । ଏତଲା କପି ସିଜେଏମ୍  କୋର୍ଟରେ ଦାଖଲ କରିଛି ସିବିଆଇ। ସିବିଆଇର ଏତଲା ପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଛି ।

ତାଙ୍କ କାର୍ଯ୍ୟକାଳ ସମୟରେ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗ ହୋଇଛି । ମାମଲାରେ ଏସଆଇଟି ତଦନ୍ତ କରୁଥିବା ବେଳେ ସିବିଆଇକୁ ହସ୍ତାନ୍ତର ହୋଇଛି । ସେପଟେ ଅଭିଯୁକ୍ତ ସଞ୍ଜୟ ରଏର ବାଇକ ମଧ୍ୟ ଜବତ କରିଛି ସିବିଆଇ ।  

କୋଲକାତା RG କର ମେଡିକାଲ କଲେଜ ବିରୋଧରେ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହି ମେଡିକାଲ କଲେଜର ପୂର୍ବତନ ଉପ-ଅଧୀକ୍ଷକ ଅଖତାର ଅଲ୍ଲୀ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ କଳା କାରନାମାର କଥା । ଏହି ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍ । ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ। ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ ।

ସେତେବେଳର ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ । ହେଲେ ଏମିତି କିଛି ବଡ଼ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା, ଯେମିତି ତାଙ୍କୁ ସୁରକ୍ଷା ମିଳୁଥିଲା । ହସ୍ପିଟାଲରେ ଅଙ୍ଗ ଚାଲାଣ କରାଯାଏ । ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ ସନ୍ଦୀପ ଘୋଷ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ଅଖତାର ଅଲ୍ଲୀ।

ସେପଟେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି । ଅଭିଯୁକ୍ତ ସଞ୍ଜୟ ରାୟର ମିଛଧରା ପରୀକ୍ଷା କରାଯାଇଛି । ସିବିଆଇ ଅଫିସରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ୍ ଟେଷ୍ଟ ବି କରାଯାଉଛି । ୪ ଡାକ୍ତର ଓ ଜଣେ ଭଲେଣ୍ଟିଅରଙ୍କର ମଧ୍ୟ କରାଯାଉଛି ଲାଏ ଡିଟେକସନ୍ ଟେଷ୍ଟ । ଅଭିଯୁକ୍ତ ସଞ୍ଜୟ ରାୟ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି । ଆସନ୍ତା ୬ ତାରିଖ ଯାଏ ସେ ସିବିଆଇ ହେପାଜତରେ ରହିବ । ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ସିବିଆଇ ।

OTV is now on Whatsapp

Join and get latest news update delivered to you via whatsapp

Join Now