Advertisment

କୋଲକାତା ଲଜ୍ଜାର ବଡ଼ ପ୍ରମାଣ: ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍

ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।

CCTV

CCTV

Advertisment

ଓଟିଭି ହାତରେ ଲାଗିଲା କୋଲକାତା ଲଜ୍ଜାର ବଡ଼ ପ୍ରମାଣ । ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ଏକ ସିସିଟିଭି ଫୁଟେଜ୍ । ଅଗଷ୍ଟ ୯ ରାତିର ମଧ୍ୟରାତ୍ରିରେ ଅଭିଯୁକ୍ତ ସଂଞ୍ଜୟ ଆରଜି କର ମେଡିକାଲ କଲେଜର ସେମିନାର ହଲ୍ ଭିତରୁ ବାହାରିବାର ଦୃଶ୍ୟ।ଏହି ଫଟୋ ଘଟଣା ଦିନର ବୋଲି କୁହାଯାଉଛି ।

Advertisment

ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି । କ୍ୟାଣ୍ଡେଲ ନୁହେଁ ଏଥର ମଶାଲ ଧରି ୱି ୱାଣ୍ଟ ଜଷ୍ଟିସ ନାରା ଦେଇ ପ୍ରତିବାଦ କରାଯାଇଛି । ବିଭିନ୍ନ ସାମାଜିକ ସଂଗଠନ ଏବଂ ଗଣଧର୍ଷଣ ପ୍ରତିବାଦ ମଞ୍ଚ ପକ୍ଷରୁ ଆୟୋଜିତ ଏହି ରାଲିରେ ବହୁ ସଂଖ୍ୟାରେ ସାମାଧରଣ ଜନତା ସାମିଲ ହୋଇ ନିଜ ଆକ୍ରୋଶ ପ୍ରଦର୍ଶନ କରିଛନ୍ତି।

ସେପଟେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ସଂଜୟ ରାୟ । ସିଆଲଦା କୋର୍ଟରେ ହାଜର ପରେ ଅଭିଯୁକ୍ତ ସଂଜୟ ରାୟକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋର୍ଟ ହାଜିରା ପରେ ଅଭିଯୁକ୍ତ ସଂଜୟ ରାୟକୁ କଠୋରରୁ କଠୋର ଦଣ୍ଡ ଏମିତିକି ଫାଶୀ ପାଇଁ ସାଧାରଣ ଲୋକେ, ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି । RG କର୍ ମେଡ଼ିକାଲ୍ କଲେଜରେ ବିବାଦ କିଛି ନୂଆ ନୁହେଁ। ଅଭୟାକାଣ୍ଡ ପୂର୍ବରୁ ଅନେକ କିଛି ଘଟି ସାରିଛି ଏଠି।

Advertisment

୨୦୦୧ ଡାକ୍ତର ସୌମିତ୍ର ବିଶ୍ୱାସଙ୍କ ସନ୍ଦେହଜନକ ମୃତ୍ୟୁ। RG କରରେ ଚାଲିଥିବା ପର୍ଣ୍ଣ ଭିଡିଓ ମାମଲାକୁ ନେଇ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ଅଭିଯୋଗ ରହିଛି। ୨୦୦୩ରେ ହଷ୍ଟେଲ ରୁମରୁ ଦୁଇ ଛାତ୍ରଙ୍କ ମୃତଦେହ ମିଳିବା, ୨୦୧୫ ରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ନିଖୋଜ ହେବା, ୨୦୧୯ରେ ନାଟକୀୟ ଢଙ୍ଗରେ ୭୦୦ ଡାକ୍ତରଙ୍କ ସମୂହ ଇସ୍ତଫା ଏବଂ ବାରମ୍ବାର ମେଡିକାଲର ଅଧ୍ୟକ୍ଷ ଭାବେ ସନ୍ଦୀପ ଘୋଷଙ୍କ ବଦଳି ଓ ପୁଣି ନିଯୁକ୍ତିକୁ ନେଇ ଅନେକ ବଦନାମ ମୁଣ୍ଡେଇଛି ଏହି ମେଡିକାଲ୍ କଲେଜ ।

Murder CCTV Footage Kolkata Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ