Advertisment

୧୦ ବର୍ଷ ପରେ ମିଳିଲା ନ୍ୟାୟ, ଦୋଷୀକୁ ଆଜୀବନ ସଜା ଦେଲେ କୋର୍ଟ

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ ।

Crime

Crime

Advertisment

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ । ଘଟଣାର ୧୦ ବର୍ଷ ପରେ ରାୟ ପ୍ରକାଶ ପାଇଛି । ୨୦୧୪ ଅକ୍ଟୋବର ୧୪ ତାରିଖରେ ଘଟିଥିଲା ଖଣ୍ଡଗିରି ଟ୍ରିପଲ ମର୍ଡର ।

Advertisment

ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅତୁଲ୍ୟ ମେହେର ସମେତ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ମେଡିସିନ ସ୍ନେହ ସ୍ୱାକ୍ଷର ସାମଲ । ଘଟଣା ଦିନ ହାତରେ ସ୍ନେହ ଫୁଲ ତୋଡା ଧରି ଡାକ୍ତର ମେହେରଙ୍କ ଘରେ ପ୍ରବେଶ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବ୍ୟାଗରେ ନେଇ ଯାଇଥିବା ଧାରୁଆ ଛୁରୀ ବାହାର କରି ପ୍ରଥମେ ମେହେରଙ୍କ ଘରର ଚାକର ପ୍ରଶାନ୍ତ ବେହେରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ।

ଘଟଣା ସ୍ଥଳରେ ପ୍ରଶାନ୍ତଙ୍କ ୧୪ ବର୍ଷର ପୁଅ ମିନୁ ପହଞ୍ଚିଯିବାରୁ ତାକୁ ମଧ୍ୟ ସ୍ନେହ ଛୁରୀ ଭୁଷି ହତ୍ୟା କରିଥିଲା । ପରେ ପ୍ରଶାନ୍ତର ସ୍ତ୍ରୀକୁ ଛୁରୀ ଭୁଷି ରକ୍ତାକ୍ତ କରି ପକାଇଥିବା ବେଳେ ସୌଭାଗ୍ୟ ବଶତଃ ସେ ବଞ୍ଚି ଯାଇଥିଲେ । ଅତି ଅମାନୁଷିକ ଭାବେ ଡାକ୍ତର ଅତୁଲ୍ୟ ମେହେରଙ୍କୁ ହତ୍ୟା କରିବା ଫେରାର ହେବା ପାଇଁ ବସିଥିବା ସ୍ଥାନୀୟ ଲୋକ ସ୍ନେହକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ନେହକୁ ଗିରଫ କରିଥିଲା ।

Advertisment

Life Sentence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ