Advertisment

Kendrapara Girl Escape From Human Trafficker: ଦଲାଲଙ୍କ କବଳରୁ ଖସି ଆସିବା ପରେ ବଖାଣିଲେ ଛାତି ତଳର କୋହ...

ପାରିଶ୍ରମିକ ବାବଦକୁ କେବଳ ୨ରୁ ୩ ହଜାର ଟଙ୍କା ମିଳୁଥିଲା। ଖାଇବାକୁ ଦେଉନଥିଲେ। ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ପାଇଁ ବାଧ୍ୟ କରାଉଥିଲେ। ବାରଣ କଲେ ମାଡ଼ ମାରୁଥିଲେ। ଘର ଓ ପରିବାର ଲୋକଙ୍କ ସହିତ ଫୋନ କଥା ହେବାକୁ ଦେଉନଥିଲେ।

Crime

Crime

Advertisment

ବିହାର ଚାଲାଣ ହେଉଛନ୍ତି ଓଡ଼ିଆ ଝିଅ! ଆଉ ସେମାନଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଯାଉଛି! ସୌଭାଗ୍ୟକୁ ଜଣେ ଯୁବତୀ ଦଲାଲଙ୍କ କବଳରୁ ଖସି ଆସିଛନ୍ତି। ଆଉ ବଖାଣିଛନ୍ତି ଛାତି ତଳର ଯନ୍ତ୍ରଣା ଓ କୋହ। ନିଜ ଭଉଣୀଙ୍କ ସମେତ ୧୦ରୁ ଅଧିକ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଲୁହ ଗଣାଇ ନିବେଦନ କରିଛନ୍ତି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରୁ ଆସିଛି।

Advertisment

ପେଟ ଚାଖଣ୍ଡକ ପାଇଁ ରାଜନଗର ବ୍ଲକ୍‌ ସାନବଡଗୋପାଳପୁର ପଞ୍ଚାୟତର ଯୁବତୀ ସୀମା(ଛଦ୍ମନାମ) ଓ ତାଙ୍କ ବଡ଼ବାପାଙ୍କ ଝିଅ ପରୀ(ଛଦ୍ମନାମ) ରାଜଧାନୀ ଭୁବନେଶ୍ୱର ଧାଇଁ ଯାଇଥିଲେ। ସେଠାରେ ଏକ ବିସ୍କୁଟ କମ୍ପାନୀରେ କାମ କରୁଥିଲେ। ଯାହା ମିଳୁଥିଲା, ସେଥିରେ ଚଳି ଯାଉଥିଲେ। କିଛି ଅସୁବିଧା ହେଉନଥିଲା। ବେଶ୍‌ କିଛି ଦିନ କାମ କରିବା ପରେ ଶଙ୍କର ଭଞ୍ଜ ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ ସୀମା ଓ ପରୀ।

ଅଧିକ ପଢ଼ନ୍ତୁ: ‘ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’

Advertisment

ବିହାରରେ ଅଧିକ ଦରମାରେ ଚାକିରି କରାଇଦେବାକୁ କହି ସୀମା ଓ ପରୀଙ୍କୁ ନେଇ ଯାଇଥିଲେ ଶଙ୍କର! କେବଳ ଏହି ଦୁଇ ଜଣ ନୁହେଁ, ୩୦ରୁ ୪୦ ଜଣ ଯୁବକଙ୍କୁ ସେ ସାଥୀରେ ବିହାର ନେଇଯାଇଥିଲେ। ସେଠାରେ କୁଆଡେ ଦଲାଲଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଚାକିରି ବଦଳରେ ସେମାନଙ୍କୁ ଅର୍କେଷ୍ଟ୍ରାରେ ନଚାଇ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। ପାଟନା ଓ ଆଖାପାଖ ଅଞ୍ଚଳରେ ଦଶାହ କାର୍ଯ୍ୟକ୍ରମରେ ନୃତ୍ୟ କରିବାକୁ ବାଧ୍ୟ କରାଯାଉଥିଲା।

ପାରିଶ୍ରମିକ ବାବଦକୁ କେବଳ ୨ରୁ ୩ ହଜାର ଟଙ୍କା ମିଳୁଥିଲା। ଖାଇବାକୁ ଦେଉନଥିଲେ। ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ପାଇଁ ବାଧ୍ୟ କରାଉଥିଲେ। ବାରଣ କଲେ ମାଡ଼ ମାରୁଥିଲେ। ଘର ଓ ପରିବାର ଲୋକଙ୍କ ସହିତ ଫୋନ କଥା ହେବାକୁ ଦେଉନଥିଲେ। ଦିନକୁ ଦିନ ନିର୍ଯାତନା ବଢ଼ିବାରୁ କେତେକ ଯୁବତୀ କୌଶଳ କରି ଦଲାଲଙ୍କ କବଳରୁ ପଳାଇଯାଇଥିଲେ। ଠିକ୍‌ ସେମିତି ରାଜନଗର ଅଞ୍ଚଳର ଯୁବତୀ ସୀମା ପଳାଇ ଆସିଥିଲେ। ଏବେ ମଧ୍ୟ ତାଙ୍କ ଭଉଣୀ ସେଠାରେ ବନ୍ଦୀ ରହିଛନ୍ତି। ତାଙ୍କ କହିବା ଅନୁସାରେ ଏବେ ୧୦ରୁ ଅଧିକ ଯୁବତୀ ବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଘରକୁ ଫେରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ନାହିଁ।

Advertisment

ଦଲାଲଙ୍କ କବଳରୁ ଖସି ଆସିଥିବା ପୀଡ଼ିତା କହିଛନ୍ତି, ଅଧିକ ଦରମା ଦେବେ ବୋଲି କହି ଆମକୁ ପାଟନା ନେଇଯାଇଥିଲେ। ହେଲେ ସେଠାରେ ଆର୍କେଷ୍ଟ୍ରା ପାର୍ଟିରେ ନାଚିବା ପାଇଁ ବାଧ୍ୟ କରାଯାଉଥିଲା। ବିରୋଧ କଲେ ନିର୍ଯାତନା ଦିଆଯାଉଥିଲା। ତେବେ ନିର୍ଯାତନା ଅହହ୍ୟ ହେବାରୁ ମୁଁ ଖସି ଆସିଛି। ମୋ ଭଉଣୀଙ୍କ ସମେତ ୧୦ରୁ ଅଧିକ ଯୁବତୀ ସେଠାରେ ବନ୍ଦୀ ଭାବେ ଅଛନ୍ତି। ସରକାରଙ୍କୁ ଅନୁରୋଧ ସେମାନଙ୍କୁ ଖୁବ୍‌ଶୀଘ୍ର ଉଦ୍ଧାର କରାଯାଉ ବୋଲି ପୀଡ଼ିତା କହିଛନ୍ତି।

ପୀଡ଼ିତା ଏନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ: ମାଆଙ୍କ ଜାନୁ ଚିରି ଜନ୍ମିଥିବା ତପସ୍ୱୀ ଓ ତିନିଲୋକର ଧ୍ୱଂସ ପାଇଁ ଆୟୋଜିତ ଏକ ଯଜ୍ଞ କଥା

Human Traffickers Sex Racket Kendrapara Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ