KBN Gang Leader Bubu Jena Arrested
ରାଜଧାନୀ ଭୁବନେଶ୍ୱରରେ ଚହଳ ପକାଇଥିବା KBN ଗ୍ରୁପ୍ର ମୁଖ୍ୟ ବୁବୁ ଜେନାକୁ ପୋଲିସ୍ ଗିରଫ କରିଛି। ଡେଲ୍ଟା ଅଞ୍ଚଳରୁ କମିଶନରେଟ ପୋଲିସ୍ ତାକୁ ଗିରଫ କରିଛି। ତା ପାଖରୁ ଏକ ଖଣ୍ଡା ମଧ୍ୟ ଜବତ ହୋଇଛି। ବହୁ ଦିନ ହେଲା ବୁବୁକୁ ପୋଲିସ ଖୋଜୁଥିଲା।
ସୂଚନାଥାଉ କି, ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ବୁବୁ ଆତଙ୍କ ସୃଷ୍ଟି କରିଥିଲା। KBN ଗ୍ରୁପ୍ର ସଦସ୍ୟମାନେ ମଧ୍ୟ ଭୟାନକ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ପରେ ଏହି ଗ୍ରୁପ୍ ଚର୍ଚ୍ଚାକୁ ଆସିଥିଲା। ଏପରିକି ଏହି ଗ୍ରୁପ୍ର ସଦସ୍ୟମାନେ ରାସ୍ତା ଉପରେ ବର୍ଥ ଡେ’ ପାର୍ଟି କରି ତାର ଭିଡିଓ ମଧ୍ୟ ଭାଇରାଲ କରିଥିଲେ। ପୂର୍ବରୁ ମଧ୍ୟ ଏହି ଗ୍ରୁପ୍ର କିଛି ସଦସ୍ୟ ପୋଲିସ ହାତରେ ଧରାପଡ଼ିଥିଲେ।
ସୂଚନାଥାଉ କି, ଗତବର୍ଷ ନଭେମ୍ବରରେ ବୁବୁ ଘରେ କମିଶନରେଟ ପୋଲିସ୍ ଚଢ଼ଉ କରିଥିଲା। ଭାଇରାଲ ଭିଡିଓରେ ଥିବା ଖଣ୍ଡା ଓ ବନ୍ଧୁକ ଖୋଜିବାକୁ ପୋଖରୀପୁଟ ସ୍ଥିତ ଭଡ଼ା ଘରେ ତନ୍ନ ତନ୍ନ ଯାଞ୍ଚ କରିଥିଲା ପୋଲିସ୍ ଟିମ୍। ପୋଲିସ ଆକ୍ସନ ପରେ ଫେରାର ଥିବା ବୁବୁ ଘରୁ ସର୍ଚ୍ଚ ବେଳେ ସେମିତି କିଛି ମିଳିନଥିଲା। ଶେଷରେ ପୋଲିସ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643356979.jpg)