Advertisment

ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ... ଯାହାକୁ ଦେଖିଲେ, ତାକୁ ହାଣିଲେ

ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍‌ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ।

KBN Gang

KBN Gang

Advertisment

ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ନୟାପଲ୍ଲୀ ବ୍ରିଟ୍ କଲୋନିରେ ପୁଣି ଆତଙ୍କ ଖେଳାଇଲେ KBN ଗ୍ରୁପ୍‌। ଆଜି ସଂଧ୍ୟାରେ ଏହି ଗ୍ୟାଙ୍ଗର ସଦସ୍ୟ ଯାହାକୁ ଦେଖିଲେ, ତାକୁ ହାଣିଲେ। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଅଭିଯୋଗ ଅନୁସାରେ ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍‌ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ। ବହୁ ଗାଡ଼ି ଭଙ୍ଗାରୁଜା ବି କରିଛନ୍ତି। କିଛି ସମୟ ସେମାନଙ୍କ ପୁରା ଅକ୍ତିଆରରେ ଥିଲା ବ୍ରିଟ୍ କଲୋନି। ତେବେ ଆତଙ୍କ ଖେଳାଇଥିବା ଅଭିଯୁକ୍ତମାନେ KBN ଗ୍ରୁପର ବୋଲି ସୂଚନା ମିଳିଛି। ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି।

Bhubaneswar Commissionerate Police KBN Gang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ