• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଏ କେମିତିକା ବାପା.. ପୁଅକୁ ମାରିବା ପାଇଁ ସୁପାରୀ ଦେଲା । କର୍ଣ୍ଣାଟକର ହୁବାଲି ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ବାପା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଅକୁ ଜୀବନରୁ ମାରିଦେବା ପାଇଁ ଦୁର୍ବୃତ୍ତଙ୍କୁ ସୁପାରୀ ଦେଇଥିଲା ବାପା । ପୋଲିସ ଅଭିଯୁକ୍ତଙ୍କୁ ହତ୍ୟା ସମ୍ପର୍କରେ ପଚରାଉଚରା ଜାରି ରଖିଛି । ହତ୍ୟା ପଛର ମୁଖ୍ୟ ଅଭିଯୁକ୍ତ ପିତା ନିଜର ଦୋଷ ସ୍ୱୀକାର ମଧ୍ୟ କରିଥିବାର ପୋଲିସ ସୂଚାନା ଦେଇଛି ।

ହୁବାଲିର ପୋଲିସ କମିଶନରଙ୍କ କହିବାନୁଯାୟୀ ଅଖିଲ ନାମକ ଜଣେ ସୁନା ବ୍ୟବସାୟୀଙ୍କୁ ଡିସେମ୍ବର ୩ ରେ ହତ୍ୟା କରାଯାଇଥିଲା । ତାଙ୍କ ସମ୍ପର୍କୀୟ ପ୍ରଥମେ ଅଖିଲ ନିଖୋଜ ଥିବାର ମାମଲା ଦାୟର କରିଥିଲେ, ଯାହା ବିଭ୍ରାନ୍ତିକର ଥିଲା । ମୃତ୍ୟୁ ପଛରେ ପରିବାର ଲୋକଙ୍କ ହାତ ଥିବାର ଦୁର୍ଗନ୍ଧ ପାଇବା ପରେ ପୋଲିସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପଚରାଉଚରା କରିଥିଲା । ମୃତକଙ୍କ ପିତା ଭାରତ ମହାଜନସେଟ୍‌ ହତ୍ୟା ପଛର ମୁଖ୍ୟ ଅଭିଯୁକ୍ତ ବୋଲି ସ୍ୱୀକାର କରିଥିଲେ ।

କମିଶନରଙ୍କ କହିବାନୁଯାୟୀ ଅଖିଲଙ୍କ ପିତା ଭାରତ ମହାଜନସେଟ୍‌ ପୁଅକୁ ହତ୍ୟା ସ୍ଥଳକୁ ନେଇ ୬ଜଣ ସୁପାରୀ କିଲର୍‌ଙ୍କ ପାଖରେ ହସ୍ତାନ୍ତର କରି ଏକୁଟିଆ ଘରକୁ ଫେରିଯାଇଥିଲା । ସୁପାରୀ କିଲର୍‌ ଅଖିଲଙ୍କୁ ନିର୍ମମ ଭାବେ ହତ୍ୟା କରି କାଲାଘାଟଗି ନିକଟ ଦେବିକୋପ୍ପାସ୍ଥିତ ଏକ ଆଖୁ କ୍ଷେତରେ ପୋତି ଦେଇଥିଲେ ।

୨୬ ବର୍ଷୀୟ ଅଖିଲଙ୍କ ମରଶରୀରକୁ ବୁଧବାର ଦିନ ପୋଲିସର ଏକ ଟିମ୍‌ ଠାବ କରିଥିଲା । ଶବ ବ୍ୟବଚ୍ଛେଦ ପରେ ଅଖିଲଙ୍କ ମୃତଦେହକୁ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍‌ ମୃତ୍ୟୁ ପଛର କାରଣ ଜାଣିବା ପାଇଁ ତନାଘନା କରୁଛି । ୬ଜଣ ଅଭିଯୁକ୍ତ ମହାଦେବ ନାଲୱାଦ୍‌, ସଲିମ ସଲାଉଦ୍ଦିନ ମୋଲଭି, ରେହମାନ୍‌ ଭିଜାପୁର, ପ୍ରଭାୟା ହିରେମାଥ ଏବଂ ମହମ୍ମଦ ହନିଫ୍‌ଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।