• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପର ହୋଇଗଲା ମଥା ସିନ୍ଦୂର । ଅବୈଧ ସମ୍ପର୍କରେ ଅନ୍ଧ ହୋଇ ସ୍ତ୍ରୀ ସାଜିଲା ହତ୍ୟାକାରୀ । ନିଜ ହାତରେ ହିଁ ସ୍ୱାମୀକୁ ମାରିଦେଲେ ମହିଳା । ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରିଥିବା ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଜଣେ ମହିଳା ନିଜ ପ୍ରେମିକ ସହିତ ଏପରି ଷଡଯନ୍ତ୍ର କରିଥିଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାନପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ମହିଳା ଜଣକ ପ୍ରଥମେ ସ୍ୱାମୀଙ୍କୁ ମାରିବା ପାଇଁ ପ୍ରୟାସ କରିଥିଲେ। ହେଲେ ସୌଭାଗ୍ୟକ୍ରମେ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବାପରେ ସେ ବଞ୍ଚିଯାଇ ଘରକୁ ଫେରିଥିଲେ । ହେଲେ ସେବା କରିବା ପରିବର୍ତ୍ତେ ଔଷଧ ନାଁରା ବିଷ ଦେବା ଆରମ୍ଭ କରିଥିଲା ସ୍ତ୍ରୀ । ଫଳରେ ଯୁବକଙ୍କ ଲିଭର୍ ଏବଂ କିଡନୀ ଫେଲ୍‌ ହୋଇଯିବାରୁ ସେ ଜୀବନ ହରାଇଛନ୍ତି ।

କଲ୍ୟାଣପୁର ଥାନା ଅନ୍ତର୍ଗତ ଏକ ଗାଁରେ ରହୁଥିଲେ ରିଷବ ତ୍ରିପାଠୀ ଓ ପତ୍ନୀ ସପନା । ବିବାହିତ ହୋଇଥିଲେ ସୁଦ୍ଧା ଆଉ ଜଣେ ଯୁବକ ରାଜ କୁମାର ଗୁପ୍ତାଙ୍କ ପ୍ରେମରେ ପାଗଳୀ ଥିଲେ ସପନା । ରିଷବ ଏକଥା ଜାଣିବା ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସହ ସଂପୃକ୍ତ ଯୁବକଙ୍କ ଠାରୁ ଦୂରେଇ ରହିବା ପାଇଁ ସ୍ତ୍ରୀକୁ ପରାମର୍ଶ ଦେଇଥିଲେ । ହେଲେ ନିଜ ଭୁଲ୍‌ ବୁଝିବା ପରିବର୍ତ୍ତେ ସ୍ୱାମୀକୁ ହିଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସପନା ।

ନଭେମ୍ବର ୨୭ ରେ ରିଷବ ନିଜ ସାଙ୍ଗଙ୍କ ସହ ବିବାହ ଉତ୍ସବ ପାଇଁ ଚକ୍ରପୁର ଗ୍ରାମକୁ ଯାଇଥିଲେ । ଫେରୁଥିବା ସମୟରେ ଅଜଣା ଲୋକମାନେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ରିଷବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସିତ ହେବାପରେ ଘରକୁ ତାଙ୍କୁ ଘରକୁ ଅଣାଯାଇଥିଲା । ହେଲା ପ୍ରେମରେ ଅନ୍ଧ ହୋଇଯାଇଥିବା ସପନା ନିଜ ପ୍ଲାନ୍‌ ଫେଲ୍‌ ହୋଇଯାଇଥିବା ଦେଖି ଆଉ ଏକ ପ୍ଲାନ୍‌ କରିଥିଲେ ।

ପ୍ରେମିକ ସହ ମିଶି ଯୋଜନା ମୁତାବକ ରିଷବଙ୍କୁ ଭୁଲ୍‌ ମେଡିସିନ୍‌ ଦେବା ଆରମ୍ଭ କରିଥିଲେ । ଫଳରେ ତାଙ୍କର ଲିଭର୍‌ ଓ କିଡନୀ ଖରାପ ହୋଇ ଡିସେମ୍ବର ୩ରେ ହସ୍ପିଟାଲରେ ସେ ପ୍ରାଣ ହରାଇଥିଲେ । ହେଲେ ଏକଥାକୁ ଗ୍ରହଣ କରିପାରିନଥିଲେ ରିଷବଙ୍କ ପରିବାର ଲୋକ । ସନ୍ଦେହ ହେବାରୁ ଜଣେ ପଡୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପରିବାର ଲୋକ ତଥା ପାଖପଡ଼ୋଶୀ ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ୍ । ଆଉ ଏହି ସମୟରେ ସପ୍‌ନାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ିଥିଲା । ଆଉ ଏନେଇ ସପ୍‌ନାଙ୍କୁ ପଚରାଉଚରା କରିବା ପରେ ସେ ସତ ମାନି ଯାଇଥିଲେ । ଏବେ ସପନା ଓ ପ୍ରେମିକ ରାଜ କୁମାରଙ୍କୁ ବାନ୍ଧି ନେଇଛି ପୋଲିସ୍‌ ।