/odishatv-khabar/media/post_attachments/uploadimage/library/16_9/16_9_0/Urinated_1704865467.jpg)
Urinated
କ୍ରୁରତାର ସୀମା ଟପିଲା ପୋଲିସ । ୧୨ ଜଣ ଲୋକଙ୍କ ସହ ମିଶି ଘଟାଇଲା ଜଘନ୍ୟ କାଣ୍ତ । ଜଣେ ଛାତ୍ରକୁ ବନ୍ଧୁକ ମୁନରେ ଡରାଇ ତାଙ୍କ ମୁହଁରେ ପରିସ୍ରା କଲେ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୀଡ଼ିତ ଜଣେ MCA ଛାତ୍ର ।
କାନପୁର ପୋଲିସର ଜଣେ ହେଡ୍ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଆୟୁଷ କୁପରଗଞ୍ଜରେ ଜଣଙ୍କୁ ଭେଟିବାକୁ ଯାଇଥିବା ବେଳେ କିଛି ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିବା ସହ ଅପହରଣ କରିନେଇଥିଲେ । ଏହାପରେ ତାଙ୍କୁ କୁପରଗଞ୍ଜ ରେଲୱେ ଟ୍ରାକ୍ ନିକଟକୁ ଆଣି ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ । ଏମିତିକି ଚପଲରେ ଛେପ ପକାଇ ଚାଟିବାକୁ କହିଥିଲେ ।
ଆୟୁଷଙ୍କୁ ଡରାଇବା ପାଇଁ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ହେଡ୍ କନଷ୍ଟେବଳ ତାଙ୍କ ଉପରେ ଗୁଳି ଚଳାଇଥିଲା । ଗୁଳିଟି ଆୟୁଷଙ୍କ କାନ ପାଖାପାଖି ଯାଇଥିଲା । ଏହାପରେ ପୋଲିସ ବାବୁଙ୍କ ସମେତ ଆଉ ୧୨ ଜଣ ଜଣେ ଜଣେ କରି ଆୟୁଷଙ୍କ ମୁହଁରେ ପରିସ୍ରା କରିଥିଲେ ଏବଂ ଛେପ ଚାଟିବାକୁ କହିଥିଲେ ।
ଆୟୁଷଙ୍କ ଅଭିଯୋଗ ପରେ ପୋଲିସ ହେଡ୍ କନଷ୍ଟେବଳ ଓ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହେଡ୍ସ କନଷ୍ଟେବଳଙ୍କ ନାମ ହେଉଛି ଧର୍ମେନ୍ଦ୍ର ଯାଦବ, ଯିଏକି ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ୍ରେ କାମ କରୁଥିଲେ । ଦଫା ୩୦୭(ହତ୍ୟା ଉଦ୍ୟମ) ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)