ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ ! ମାଆ ପୁଅଙ୍କୁ ରାସ୍ତାରେ ଆଣ୍ଠୁଆ ବସାଇଲେ

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।

Kangaroo Court

News Summary

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ ।

ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା ।

ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।

ପିଲାଙ୍କ କଳିର ସମାଧାନ ପାଇଁ ବସିଥିଲା କଙ୍ଗାରୁ କୋର୍ଟ ।

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ । ପିଲାଙ୍କ କଳିର ସମାଧାନ ପାଇଁ ବସିଥିଲା କଙ୍ଗାରୁ କୋର୍ଟ । ଆଉ ଏଥିରେ ଘଟଣାର ସମାଧାନ ବାହାରିଥିଲା ଯେ, ମା’ ପୁଅ ରାସ୍ତାରେ ସମସ୍ତଙ୍କ ଆଗରେ ଆଣ୍ଠୁଆ ବସିବେ । ଖାଲି ନିଷ୍ପତି ହୋଇଥିଲା ତା ନୁହେଁ । ଏହା ବାସ୍ତବରେ ମଧ୍ୟ ଘଟିଥିଲା ।

ପ୍ରଥମେ ଛୋଟ ପିଲାଙ୍କ ମଧ୍ୟ ଖେଳା ଖେଳିରୁ କଳି ହୋଇଥିଲା । ତା’ପରେ କଳି ବଢ଼ିଥିଲା । ପିଲାଙ୍କ କଳି ବଢ଼ିବାରୁ ଦୁଇ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଉଭୟ ପରିବାର ମଧ୍ୟରେ ଗାଳିଗୁଲଜ ମଧ୍ୟ ହୋଇଥିଲା । ତେବେ ବସ୍ତିରେ ଏହି ଘଟଣା ଧିରେ ଧିରେ ତୀବ୍ର ହେବାରୁ ଗୋଟିଏ ମହିଳା ଗୋଷ୍ଠି ଏହାକୁ ସମାଧାନ କରିବାକୁ ଆଗକୁ ବାହାରି ଆସିଥିଲେ । ଆଉ ସେମାନେ ଦୁଇ ପରିବାରଠାରୁ ସବୁ କିଛି ଶୁଣିବା ପରେ ନ୍ୟାୟ ନିସାପ କରିଥିଲେ । ସେ ଗୋଟିଏ ପରିବାରର ମା’ ଓ ପୁଅକୁ ରାସ୍ତାରେ ସମସ୍ତଙ୍କ ଆଗାରେ ଆଣ୍ଠୁଆ ବସିବା ବସିବା ପାଇଁ ନିର୍ଦେଶ ଦେଇଥିଲେ । ଖାଲି ସେତିକି ନୁହେଁ ଉକ୍ତ ପରିବାରକୁ ୫ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ କହିଥିଲେ । ଏହାସହ ମା’ ପୁଅଙ୍କୁ ଉକ୍ତ ମହିଳା ଗୋଷ୍ଠି ନାନା ଗାଳି ଗୁଲଜ ମଧ୍ୟ କରିଥିଲେ । ଏମିତିକି ନିଆଁ ପାଣି ବାସନ୍ଦ କରିବେ ବୋଲି ଧମକ ଦେଇଥିଲେ ।

 

ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି, କଙ୍ଗାରୁକୋର୍ଟ ଚଳାଇଥିବା ୩ ମହିଳାଙ୍କୁ ଗିରଫ କରିଛି । ହେଲେ ମହିଳାଙ୍କ ଗିରଫ ଖବର ଶୁଣି ସ୍ଥାନୀୟ ଅଞ୍ଚଳର କିଛି ଲୋକ ତଥା ଉକ୍ତ ମହିଳା ଗୋଷ୍ଠିର କିଛି ସଦସ୍ୟ ପୋଲିସ ଗାଡ଼ି ଆଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ପୋଲିସ ଗାଡ଼ିକୁ ଅଟକାଇ ରଖିଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାଜଧାନୀ ଛାତି ପରେ ଏଭଳି କଙ୍ଗାରୁକୋର୍ଟ ଚାଲୁଛି, ତାହାଲେ ଉପାନ୍ତ ଅଞ୍ଚଳରେ ସ୍ଥିତି କ’ଣ ହେଉଛନ୍ତି ।