Advertisment

କୋଟିଏ ଟଙ୍କାର ଘର ! ପ୍ରତି କୋଣରେ ଇଣ୍ଟେରିଅର କାମ, ସବୁ ଦାମୀ ଜିନିଷ

ଆଲିସାନ କୋଠା ସହ ବିପୁଳ ଧନର ହିସାବ କରୁଛି ଭିଜିଲାନ୍ସ । କରିତକର୍ମା ପୁଅ ପାଇଁ ଅକଳରେ ପଡ଼ିଗଲେ ରିଟାୟାର୍ଡ ବାପା ।

Vigilance Raid

Vigilance Raid

Advertisment

ଠୁଳ କରିଛନ୍ତି ଅମାପ ସମ୍ପତ୍ତି...ଆଖିଦୃଶିଆ କୋଠା ତୋଳିଛନ୍ତି ରାଜଧାନୀର ଜାଗମରାରେ.. ଘର ଦେଖିଲେ ଲାଗୁଛି ସତେଯେମିତି ଇନ୍ଦ୍ରଭୂବନ । ଏମିତି କୌଣସି କୋଣ ନାହିଁ, ଯେଉଁଠି ଇଣ୍ଟେରିୟର୍ ଡିଜାଇନରେ କଂପ୍ରମାଇଜ୍ କରାଯାଇଛି । ଆଖି ଖୋସିଯାଉଛି ଘର ଦେଖିଲେ। ଆଉ ଏହି ଘରର ମାଲିକ ହେଉଛନ୍ତି ସୁନୀଲ୍ କୁମାର ପାଢ଼ୀ। RWSS ଭୁବନେଶ୍ୱର ଡିଭିଜନର ଯନ୍ତ୍ରୀ।

Advertisment

ହେଲେ ବାବୁଙ୍କ ଏହି ଆଲିସାନ କୋଠାରେ କିନ୍ତୁ ଏଣ୍ଟ୍ରି ମାରିଛି ଭିଜିଲାନସ । ଆଲମାରୀଠୁ କପ୍ ବୋର୍ଡ ଯାଏଁ ଖୋଜୁଛି ତନ୍ନ ତନ୍ନ କରି, ଅଣ୍ଡାଳୁଛି କାଗଜପତ୍ର । କାରଣ ଯନ୍ତ୍ରୀ ସୁନୀଲ କୁମାର ଠୁଳ କରିଛନ୍ତି ଆୟଠୁ ଅଧିକ ସମ୍ପତ୍ତି। ଆଉ ସେହି ଆୟରେ ଛିଡ଼ା କରାଇଛନ୍ତି ବିଶାଳ ସାମ୍ରାଜ୍ୟ।

ସମୟ ଭୋର୍ ପ୍ରାୟ ୪ଟା। ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ସାମ୍ରାଜ୍ୟ ଉପରେ ଚଢ଼ାଉ ଆରମ୍ଭ କରିଥିଲା ଭିଜିଲାନ୍ସ ସେଲ୍। ପାଢ଼ୀସ୍ ଭିଲ୍ଲାରେ କବାଟ ବାଡ଼େଇଥିଲେ ଭିଜିଲାନ୍ସ ଅଧିକାରୀ। କିନ୍ତୁ କବାଟ ଖୋଲିବା ବଦଳରେ ବାବୁ ଭିଜିଲାନ୍ସକୁ ଦେଖି ଖସିଯିବାକୁ ଆରମ୍ଭ କରିଥିଲେ ପ୍ରୟାସ। ଘର ଛାତ ଡେଇଁ ପଡ଼ୋଶୀ ମହେଶ ଚାନ୍ଦଙ୍କ ଘରେ ଯାଇ ଶରଣ ପଶିଥିଲେ ବୋଲି କହିଛି ଭିଜିଲାନ୍ସ ।

Advertisment

ଏହାକୁ ନେଇ ଦିନତମାମ ଆଜି ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ବାବୁଙ୍କ ହେଲା ଆବିର୍ଭାବ। ପଡ଼ୋଶୀ ମହେଶ ଚାନ୍ଦ ହିଁ ଯନ୍ତ୍ରୀଙ୍କୁ ନିଜ ଘରୁ ବାହାର କରି ଆଣି ଭିଜିଲାନ୍ସ ହେପାଜତରେ ଦେଇଥିଲେ। କିନ୍ତୁ, ଯନ୍ତ୍ରୀଙ୍କ କହିବା କଥା, ସେ କୁଆଡ଼େ ଲୁଚିନଥିଲେ। କବାଟ ବନ୍ଦ ଯୋଗୁ ନିଜ ଘରକୁ ଯାଇନଥିଲେ।

ସୁନୀଲଙ୍କୁ ଧରି ଖୋଳତାଡ଼ କରୁଥିବା ଭିଜିଲାନସ ଆଜି ସକାଳୁ ଏକକାଳୀନ ଜାଗମରା ସହ ୫ଟି ସ୍ଥାନରେ ରେଡ୍ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯନ୍ତ୍ରୀ ସୁନୀଲଙ୍କ ବାପା ଜଗବନ୍ଧୁ ପାଢୀ ହେଉଛନ୍ତି ପୂର୍ବତନ ରେଞ୍ଜର୍। ପୁଅର କାଣ୍ଡ ଯୋଗୁ ବାପା ଜଗବନ୍ଧୁ ବି ଏବେ ଭିଜିଲାନସ ସ୍କାନରରେ । ଏଥିପାଇଁ ଆସିକାର ସୁନାମ୍ଭ ସ୍ଥିତ ଜଗବନ୍ଧୁଙ୍କ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ୍ କଂପ୍ଲେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

Advertisment

ଏହି ଚଢ଼ାଉରେ ଅପରାହ୍ନ ସୁଦ୍ଧା ଭିଜିଲାନସ ଟିମ୍ ଜାଗମରାରେ ୧ କୋଟି ୧୦ ଲକ୍ଷର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରି ଯାଞ୍ଚ କରୁଛି।

ଏଠି ପ୍ରଶ୍ନ, ଉପାନ୍ତ କୋରାପୁଟରୁ କ୍ୟାପିଟାଲ୍ ଭୁବନେଶ୍ୱର ଯାଏଁ ଚାକିରି କରିଥିବା ଯନ୍ତ୍ରୀ କେମିତି ଏତେ ସମ୍ପତ୍ତି ଠୁଳ କଲେ ? କେଉଁ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ସୁନୀଲ ପାଢ଼ୀ ବନିଯାଇଛନ୍ତି କି କୁବେର ଯନ୍ତ୍ରୀ ? ଅପେକ୍ଷା ଭିଜିଲାନ୍ସ ସେଲର ଚୁଡାନ୍ତ ରିପୋର୍ଟକୁ ।

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ