Advertisment

ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ

ଆଗକୁ ପାର୍ବଣ ଥିବା ବେଳେ ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ। ଯାହାକୁ ନେଇ ପୋଲିସ ପାଇଁ ବଢ଼ିଛି ଚିନ୍ତା।  ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିବା ମିଟିଂରେ ଏସିପି ଏବଂ ଇନ୍ସପେକ୍ଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ଡିସିପି କହିଛନ୍ତି।

Journalist satya Sundar Bhanja

Journalist satya Sundar Bhanja

Advertisment

ଭୁବନେଶ୍ୱର: ମର୍ଣ୍ଣିଂଓ୍ୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ। ଲୋକେ ସାଜିଲେ ଦେଖଣାହାରୀ। ଘଟଣା ଘଟିଛି ଭୁବନେଶ୍ୱର ଡେଲଟା ଛକ ନିକଟରେ। ଆକ୍ରମଣର ଶିକାର ସାମ୍ବାଦିକଙ୍କ ନାଁ ସତ୍ୟ ସୁନ୍ଦର ଭଞ୍ଜ। ଭୋର୍ ୫ଟାରେ ସେ ମର୍ଣ୍ଣିଂଓ୍ୱାକରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ମୋବାଇଲ୍ ନ ଦେବାରୁ ହୋଇଥିଲା ଧସ୍ତାଧସ୍ତି। ପରେ ଦୁର୍ବୃତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

Advertisment

ପ୍ରାୟ ୧୫ ମିନିଟ୍ ଧରି ରାଜରାସ୍ତାରେ ଏହି ଘଟଣା ଘଟୁଥିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା। ଲୋକେ ମଧ୍ୟ ଭୟରେ ସାହାଯ୍ୟ ପାଇଁ ଆସିନଥିଲେ। ଏନେଇ ସେ କହିଛନ୍ତି ଯେ, ଏଠି ପୋଲିସକୁ ଲେଟେରାଙ୍କ ଭୟ ନାହିଁ। ମୋ ସହ ରାସ୍ତା ଉପରେ ୧୫ ମିନିଟ୍‌ ଆକ୍ରମଣ କଲେ।ଲୋକେ ଦେଖଣାହାରୀ ସାଜିଲେ, କେହି ଆସିଲେନି। 

ସେହିପରି ଲକ୍ଷ୍ମୀସାଗର ଥାନା ଅଧିନ ଓସ୍କାର ସିଟିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ବାର୍ କର୍ମଚାରୀଙ୍କୁ ନିଧୁମ ମାଡ଼ ସହ ୩ରୁ ଅଧିକ କାର୍ ଭଙ୍ଗାରୁଜା। ଏ ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦାଦା ବଟିକୁ କେନ୍ଦ୍ର କରି ଘଟଣା ଘଟିଥିବା ଆକ୍ରମଣର ଶିକାର କର୍ମଚାରୀ କହିଛନ୍ତି। 

Advertisment

ଆଗକୁ ପାର୍ବଣ ଥିବା ବେଳେ ରାଜଧାନୀରେ ଉପରମୁହାଁ ହେଲେଣି ଅପରାଧୀ। ଯାହାକୁ ନେଇ ପୋଲିସ ପାଇଁ ବଢ଼ିଛି ଚିନ୍ତା।  ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିବା ମିଟିଂରେ ଏସିପି ଏବଂ ଇନ୍ସପେକ୍ଟରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ଡିସିପି କହିଛନ୍ତି।

Bhubaneswar Smart City Journalist Lootera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ