Advertisment

ମାହାଙ୍ଗା ଡବଲ ମର୍ଡର: ସିଡିଆର୍ ମାଗିଲେ କୋର୍ଟ

ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
mahanga double murder case

mahanga double murder case

Advertisment

ସାଲେପୁର: ମାହାଙ୍ଗା ଡବଲ ମର୍ଡର ଓ ମନ୍ତ୍ରୀ ପ୍ରତାପ ଜେନା ସଂପୃକ୍ତି ଅଭିଯୋଗ ମାମଲାରେ ମାହାଙ୍ଗା ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କଲେ JMFC କୋର୍ଟ। ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତଦନ୍ତ କେଉଁଯାଏ ଯାଇଛି ରିପୋର୍ଟ ଦେବାକୁ ମାହାଙ୍ଗା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ କୋର୍ଟ ମାଗିଛନ୍ତି। ମୃତ ପ୍ରଫୁଲ୍ଲ ବିଶ୍ୱାଳ ଏବଂ ମନ୍ତ୍ରୀଙ୍କ ୨ ସହଯୋଗୀଙ୍କ ସିଡିଆର୍ ମାଗିଛନ୍ତି କୋର୍ଟ।

Advertisment

ମନ୍ତ୍ରୀଙ୍କ ନାଁ ଚାର୍ଜସିଟ୍‌ରେ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଥିଲା। ଏତଲାରେ ଥାଇ ଚାର୍ଜସିଟରେ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରୋଟେଷ୍ଟ ପିଟିସନ ଆଧାରରେ ପୁନଃ ତଦନ୍ତ ନିର୍ଦ୍ଦେଶ କୋର୍ଟ ଦେଇଥିଲେ। ନିର୍ଦ୍ଦେଶ ସତ୍ତ୍ୱେ ତଦନ୍ତ ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କ୍ଷୁବ୍ଧ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି। 

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ ଦେଇଥିଲେ । ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ ରମାକାନ୍ତ । 

Advertisment

ଗତ ଜାନୁଆରୀ ୨ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ନୃତ୍ତାଙ୍ଗ ସ୍ଥିତ ଘରକୁ ଫେରୁଥିବାବେଳେ ଜଙ୍କୋଟି ଗାଁ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁହେଁ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କୁଳମଣି ଓ ଦିବ୍ୟସିଂହଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା।

Advertisment
Odisha Police Mahanga Double Murder JMFC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ