Advertisment

ବଢିଲା ଶର୍ମିଷ୍ଠାଙ୍କ ରିମାଣ୍ଡ ଅବଧି

୫ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲା।

undefined

Sarmistha Rout

Advertisment

କ୍ୟାମେରାମ୍ୟାନ ମାନସ ହତ୍ୟା ମାମାଲାରେ ୨ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କ ପୁଣି ବଢିଲା ରିମାଣ୍ଡ ଅବଧୀ। ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ  ସେମାନଙ୍କୁ ଚାନ୍ଦବାଲି JMFCରେ ହାଜର କରାଯାଇଥିଲା। ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରଞ୍ଜନକୁ ଜେଏମ୍ଏଫସିରେ ହାଜର କରିଥିଲା। କ୍ରାଇମବ୍ରାଞ୍ଚ ହାଜର ବେଳେ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲା।

Advertisment

ତେବେ କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କୁ ୩  ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛି। ଗତ ୫ ଦିନର ରିମାଣ୍ଡରେ ୪ ଅଭିଯୁକ୍ତଙ୍କୁ ଜେରା, ସିନ୍ ରିକ୍ରିଏସନରୁ କ୍ରାଇମବ୍ରାଞ୍ଚ ଅନେକ କିଛି ତଥ୍ୟ ହାସଲ କରିଛି। ହେଲେ ଯେଉଁ ମେମୋରି ଚିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି ବୋଲି ଚର୍ଚ୍ଚା ହେଉଛି, ସେନେଇ କ୍ରାଇମବ୍ରାଞ୍ଚ ଏଯାଏ କୌଣସି ସୁରାଗ ପାଇନାହିଁ। ତେଣୁ ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମେମୋରୀ ଚିଫ ସମ୍ବନ୍ଧରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିପାରେ। 

Crime Branch Cameraman Manas Swain Cameraman Manas Swain Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ