Advertisment

JE Suicide: କ୍ୱାର୍ଟର ଭିତରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ

କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
JE Suicide

JE Suicide

Advertisment

ବ୍ଲକ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଯନ୍ତ୍ରୀ ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲ । ପଡୋଶୀ ତାଙ୍କର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ସୂଚନା ଅନୁସାରେ, ମୃତ ଯନ୍ତ୍ରୀଙ୍କ ଘର ବଡମ୍ବା ସାନବରସିଂହ ଅଞ୍ଚଳରେ ବୋଲି ଜଣାପଡିଛି। ସେ ୩ ବର୍ଷ ଧରି ନରସିଂହପୁର ବ୍ଲକରେ କାର୍ଯ୍ୟରତ ଥିଲେ। ସାଗର, ଅଲରା,କାଞ୍ଜିଆପଦା ପଞ୍ଚାୟତ ଦାୟିତ୍ୱରେ ରହିଥିଲେ ଅଜୟ । କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଧାୟକ ବିଜୟ ଦଳ ବେହେରା ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ସାଇଣ୍ଟିଫିକ ଟିମ ପହଂଚିବା ପରେ ସତ୍ୟାସତ୍ୟ ଜଣାପଡିବ ।

Advertisment
Suicide Bid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ