Advertisment

Actress Sonali Panda: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ବିବାଦ, ବାପା ସପକ୍ଷରେ ବାହାରି ଥାନାରେ ପୁଅ

ଥାନାର ଦ୍ବାରସ୍ଥ ହୋଇଛନ୍ତି ସୋନାଲିଙ୍କ ୧୨ ବର୍ଷର ପୁଅ। ତାଙ୍କ ବାପା ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କୁ ମିଛ ଅଭିଯୋଗରେ ଫସା ଯାଉଛି। ଜାଣିଶୁଣି ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁ ଏସବୁ କରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଛୋଟ ବେଳୁ ବାପାଙ୍କ ପାଖରେ ସେ ରହି ଆସୁଛନ୍ତି । ବାପା ଗିରଫ ହୋଇଗଲେ ସେ ଏକୁଟିଆ ହୋଇଯିବେ ବୋଲି କହି ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

Sonali Panda

Sonali Panda

Advertisment

ପୁଣି ଥରେ ଥାନାରେ ଯାତ୍ରା ଅଭିନେତ୍ରୀ ସୋନାଲି ବିବାଦ। ଏଥର ସୋନାଲିଙ୍କ ପୁଅ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁରୀ କୃଷ୍ଣପ୍ରସାଦ ଥାନାର ଦ୍ବାରସ୍ଥ ହୋଇଛନ୍ତି ସୋନାଲିଙ୍କ ୧୨ ବର୍ଷର ପୁଅ। ତାଙ୍କ ବାପା ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କୁ ମିଛ ଅଭିଯୋଗରେ ଫସା ଯାଉଛି। ଜାଣିଶୁଣି ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁ ଏସବୁ କରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଛୋଟ ବେଳୁ ବାପାଙ୍କ ପାଖରେ ସେ ରହି ଆସୁଛନ୍ତି । ବାପା ଗିରଫ ହୋଇଗଲେ ସେ ଏକୁଟିଆ ହୋଇଯିବେ ବୋଲି କହି ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

Advertisment

ଗତ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ସୋନାଲି ନିଜ ସ୍ବାମୀଙ୍କ ନାଁରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। ଯଦି ତଦନ୍ତ ପୂର୍ବରୁ ବାପାଙ୍କୁ ଗିରଫ କରାଯାଏ, ତେବେ ସେ ବିଷ ପିଇ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ ବୋଲି ଶ୍ରୀକ୍ଷେତ୍ରଙ୍କ ପୁଅ ଲିଖିତ ଅଭିଯୋଗ କରିଛନ୍ତି ।

ନାବାଳିକା ଥିବା ବେଳେ ତାଙ୍କୁ ଜୋରଜବରଦସ୍ତ କରି ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି। ଏସବୁ ଭିତରେ ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ପୁଅ ଲଗାଇଥିବା ଅଭିଯୋଗ ଉପରେ ସୋନାଲି କିମ୍ବା ନାଣ୍ଡୁ ବାବୁଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଅଧିକ ପଢ଼ନ୍ତୁ: ନାବାଳିକା ସ୍ତ୍ରୀଙ୍କୁ ପୋଲିସ୍ ସ୍ବାମୀଙ୍କ ନିର୍ଯାତନା ଅଭିଯୋଗ, ଫେସବୁକରୁ ପ୍ରେମ ପରେ କରିଥିଲେ ବିବାହ

Police Jatra Artistes Jatra Actress Krushnaprasad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ