/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660893552.jpg)
Special story
ମୃତ୍ୟୁ ପୂର୍ବରୁ ଭିଡିଓ ଭାଇରାଲ୍ । ମା’ ଝିଅକୁ ଗାଡ଼ି ମଡ଼ାଇ ହତ୍ୟା କରିବା ପୂର୍ବରୁ ଡ୍ରାଇଭର ସହ ହୋଇଥିବା ବଚସାର ଭିଡିଓ ଏବେ ଭାଇରାଲ ହେଉଛି । ଯାଜପୁର ଜିଲ୍ଲା ଜେନାପୁର ୫୩ ନମ୍ବର ଜାତୀୟ ରାଜପଥର ବରଡା ଛକ ନିକଟରେ ଟ୍ରକ୍ ଚଢାଇ ମାରିଦେବା ପୂର୍ବରୁ ଡ୍ରାଇଭର ଓ ମା, ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା । ସାଇଡ୍ ମରାକୁ କେନ୍ଦ୍ର କରି ଡ୍ରାଇଭରଙ୍କ ସହ ହୋଇଥିବା ଏହି ବଚସାର ଭିଡିଓ ଏବେ ସବୁ କଥା ମନେ ପକାଇ ଦେଉଛି ।
ଅନ୍ୟପକ୍ଷରେ ଗାଡ଼ି ଚଢାଇ ହତ୍ୟା ଅଭିଯୋଗ ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଟ୍ରକ୍ ଚପାଇ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ୪୭ ବର୍ଷିୟା ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକାଙ୍କୁ ହତ୍ୟା କରାଯାଇଥିଲା । ବାପାଙ୍କ ଶୁଦ୍ଧିକ୍ରିୟା ସାରି ଶୋକସନ୍ତପ୍ତ ଅବସ୍ଥାରେ ଘରକୁ ଫେରୁଥିଲେ ମାଆଝିଅ । ଏନ୍ଏଚ୍ ୫୩ ଆରୁହା ଛକରେ ଗାଡି ସାଇଡ ମରାକୁ ନେଇ ଡ୍ରାଇଭର ଅମର ସ୍ୱାଇଁ ସହ ଶ୍ରୀତିକା ଓ ଲିପିକାଙ୍କ ପାଟିତୁଣ୍ଡ ହୋଇଥିଲା ।
ବହୁଚର୍ଚ୍ଚିତ ଯାଜପୁର ଟ୍ରକ ଚଢାଇ ହତ୍ୟା କରିବା ଘଟଣା ପୂର୍ବରୁ ଏମିତି ଥିଲା ମା' ଝିଅଙ୍କ ସହ ଟ୍ରକ ଡ୍ରାଇଭରର ଝଗଡା #OTV#Odisha#Jajpurpic.twitter.com/N9TGiWvCYx
— ଓଟିଭି (@otvkhabar) August 19, 2022
ପରେ ଶ୍ରୀତିକା ଓ ଝିଅ ଲିପିକାଙ୍କୁ ଟ୍ରକ୍ ମଡ଼ାଇ ବରଡ଼ା ଛକରେ ମାରିଦେଇଥିଲା ଅଭିଯୁକ୍ତ । ପ୍ରଥମେ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା ବେଳେ ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)