Advertisment

DN Groupରେ ୩୬ ଘଣ୍ଟା ହେଲା ଚାଲିଛି ରେଡ୍, ତଥାପି ସରିବାର ନାଁ ଧରୁନି...!

୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ, ଚାଲିଛି ଆୟକର ଖୋଳତାଡ଼ । DN GROUPର ଥାର୍ଡ ଫ୍ଲୋର ଲିଙ୍କ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ ।

undefined

DN Group

Advertisment

ରାଜଧାନୀର ଛାତି ଉପରେ ଛିଡ଼ା ହୋଇ ବହୁ କୋଟିର ବ୍ୟାବସାୟିକ ସାମ୍ରାଜ୍ୟ ମେଲାଇଥିବା DN GROUP ଉପରେ ଜାରି ରହିଛି ଆୟକର ବିଭାଗର ମହାଚଢ଼ାଉ । କାଲିଠୁ ଜାରି ରହିଥିବା ନନଷ୍ଟପ୍ ରେଡରୁ ଆଜି ମିଳିଛି ୧୦୫ କୋଟି ଟଙ୍କାର ବ୍ୟାବସାୟିକ କାରବାରର ଚିଠା। ଯାହାକୁ ନେଇ ଆୟକର ଅଧିକାରୀ ଯାଞ୍ଚ ଚଳାଇଛନ୍ତି। ସେହିପରି କମ୍ପାନୀର ଲିଗାଲ ଅଫିସରଙ୍କ ଘରୁ ମିଳିଥିବା ୩ ଟ୍ରଙ୍କ ନୋଟ୍ ସଂପର୍କରେ ବି ଖୋଳତାଡ଼ କରାଯାଉଛି। ଏସବୁ ଭିତରେ DN GROUPର CMO ଲିଙ୍କ୍ ଅଭିଯୋଗ ଆଣି ଶାସକ ବିଜେଡ଼ିକୁ ଘେରିଛନ୍ତି ବିରୋଧୀ।

Advertisment

DN GROUPର ବ୍ୟାବସାୟିକ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ରେଡ୍ କରି ଚାଲିଛି । ଆୟକର ଫାଙ୍କି ଅଭିଯୋଗରେ ଗତକାଲିଠୁ ଭୁବନେଶ୍ୱର ସମେତ ୨୦ଟି ସ୍ଥାନରେ ନନଷ୍ଟପ୍ ରେଡ୍ କରୁଛି ୧୫ ଜଣିଆ ଟିମ୍। ୨ ଦିନର ଚଢ଼ାଉରୁ ଆୟକର ବିଭାଗ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ତା’ସହ କୋଟି କୋଟି ଟଙ୍କାର ବ୍ୟାବସାୟିକ କାରବାରର ଚିଠା ଲାଗିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ହାତରେ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସୁଦ୍ଧା ୧୦୫ କୋଟି ଟଙ୍କାର ଚିଠା ମିଳିଥିବାବେଳେ ତା’ମଧ୍ୟରେ ରହିଛି ଫ୍ଲାଟ୍ ପାଇଁ ଆଦାୟ ହୋଇଥିବା ୮୦ କୋଟି ଟଙ୍କାର ତଥ୍ୟ। ବଳକା ୨୫ କୋଟି ଟଙ୍କା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟର ବୋଲି କୁହାଯାଉଛି। ଏସବୁ ଭିତରେ କମ୍ପାନୀର ଲିଗାଲ ଅଫିସର୍ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ମିଳିଥିବା ୩ଟି ଟ୍ରଙ୍କ୍ ଭର୍ତ୍ତି ଟଙ୍କାର ଚାଲିଛି ଉତ୍ସ ଖୋଜା। କେଉଁଠୁ ଓ କେଉଁ ବାବଦକୁ ଆସିଥିଲା ଟଙ୍କା ? ଚନ୍ଦ୍ରଶେଖରଙ୍କୁ ନେଇ ଆୟକର ବିଭାଗ ତଥ୍ୟ ଆଦାୟ କରୁଛି।

Advertisment

ସେପଟେ ଜବତ ଟଙ୍କାକୁ RBIକୁ ନେଇ କମ୍ପାନୀର ଜଣେ ବ୍ୟକ୍ତିଙ୍କ ଉପସ୍ଥିତିରେ ଗଣାଯାଇଥିବା କୁହାଯାଉଛି। ତେବେ ଏତେ ଟଙ୍କା ମିଳିଥିବାରୁ ଆବଶ୍ୟକ ପଡ଼ିଲେ ମାମଲା ରୁଜୁ କରି ତଦନ୍ତ କରିବୁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି।

ଗତ ୨ ଦିନ ହେଲା, ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା DN GROUPର ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଆୟକର ଫାଙ୍କିବା ଏବଂ ଟଙ୍କାର ଉତ୍ସ ସଂପର୍କରେ DN GROUP କିମ୍ବା ଆୟକର ବିଭାଗ ପକ୍ଷରୁ ଏଯାଏଁ ପ୍ରତିକ୍ରିୟା ଦିଆଯାଇନାହିଁ । ଅପରପକ୍ଷେ ଏଭଳି ରେଡକୁ ନେଇ କିନ୍ତୁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ।

Advertisment

ବ୍ୟବସାୟୀ ଜଗଦୀଶ ପ୍ରସାଦ ନାୟକଙ୍କ ଥାର୍ଡ ଫ୍ଲୋର ଲିଙ୍କ୍ ଅଭିଯୋଗ ଆଣି ବର୍ଷିଛି ବିଜେପି। କହିଛି, ଏହି କଂପାନୀ ବିଜେଡି ନେତା ଓ ବିଧାୟକଙ୍କର ମନି ଲଣ୍ଡ୍ରିଂର ମାଧ୍ୟମ ସାଜିଥିଲା। ଆଉ CMO ଏବେ କରପସନ୍ ମୋବିଲାଇଜେସନ ଅଫିସ୍ ସାଜିଛି। ତେଣେ କଂଗ୍ରେସ କହିଛି, ମିଳିଥିବା କୋଟି କୋଟି ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର। ନିର୍ବାଚନରେ ଖଟେଇବା ପାଇଁ ରଖାଯାଇଥିଲା।

ଡିଏନ୍ ଗ୍ରୁପର ବ୍ୟାବସାୟିକ ସାମ୍ରାଜ୍ୟରେ ଗଢ଼ି ଉଠିଛି ସପିଂ ମଲ୍, ହୋଟେଲ, ହାଉସିଂ ପ୍ରୋଜେକ୍ଟ, ଶିକ୍ଷାନୁଷ୍ଠାନ ଆଦି। ତେବେ ଏହି ସାମ୍ରାଜ୍ୟ ପଛର ପ୍ରଭାବଶାଳୀ ପୃଷ୍ଠପୋଷକ କିଏ, ତାକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି ।

Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ