Advertisment

ଓଡ଼ିଶାର ପଛୁଆ ଜିଲ୍ଲାରେ ମଦ ଟଙ୍କାର ପାହାଡ଼; ଲାଗିଛି ୨୫ ମେସିନ, ଗଣୁଛନ୍ତି ୫୦ କର୍ମଚାରୀ

ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ ।

undefined

We have increased the number of machines and 50 staffs have been engaged: Bank Manager

Advertisment

ଓଡ଼ିଶାର ପଛୁଆ ଜିଲ୍ଲାରେ ଠାବ ମଦ ଟଙ୍କାର ପାହାଡ଼କୁ ନେଇ ଦେଶବ୍ୟାପି ଚର୍ଚ୍ଚା । କୁହାଯାଉଛି, ଆୟକର ବିଭାଗର ଚଢ଼ାଉରେ ଏତେ ପରିମାଣର ନଗଦ ଅର୍ଥ ମିଳିବା ଏହା ଦେଶର ସର୍ବକାଳୀନ ରେକର୍ଡ । ତେବେ ଦାଦନଠୁ ଦାରିଦ୍ର୍ୟ ଯାଏଁ ଯେଉଁ ଅଞ୍ଚଳ ଆଜି ଜର୍ଜରିତ, ସେହି ଜିଲ୍ଲାରୁ ମିଳୁଥିବା ଏତେ ଟଙ୍କା ଓ ତା’ର ଉତ୍ସକୁ ନେଇ ଜାତୀୟ ମିଡ଼ିଆରେ ଓଡ଼ିଶା ଆଜି ନିନ୍ଦିତ । ଏଯାଏଁ ପ୍ରାୟ ଶହେ କୋଟି ଟଙ୍କାର ଗଣତି ସରିଛି ସତ, କିନ୍ତୁ ଶତାଧିକ ବ୍ୟାଗରେ ଆହୁରି ଟଙ୍କା ଥିବାରୁ ଏହାର ପରିମାଣ ୫ଶହ କୋଟିକୁ ଟପିପାରେ । ତେଣୁ ୨୫ଟି ମେସିନରେ ୫୦ କର୍ମଚାରୀ ଟଙ୍କା ଗଣୁଥିବାବେଳେ ହାଇଦ୍ରାବାଦରୁ ସ୍ୱତନ୍ତ୍ର IT ଟିମ୍ ଆସି ବଲାଙ୍ଗିର ଜିଲ୍ଲାରେ ଘାଣ୍ଟୁଛି ।

Advertisment

କେତେବେଳେ ବ୍ୟାଗ୍ ବ୍ୟାଗ୍ ନୋଟ୍...ତ କେତେବେଳେ ଟ୍ରଙ୍କ ଭର୍ତ୍ତି ଟଙ୍କା...ଯେଉଁଠି ହାତ ମାରିଲେ ସେଇଠୁ ବାହାରୁଛି ଶହେ, ଦୁଇ ଶହ ଆଉ ୫ଶହର ମାଳ ମାଳ ନୋଟ୍ ବଣ୍ଡଲ୍ । ଯାହାକୁ ଗଣି ଗଣି ସତେଯେମିତି ଥକିଗଲେଣି ଆୟକର ଏବଂ ବ୍ୟାଙ୍କ ଅଧିକାରୀ । ନିଅଣ୍ଟ ହେଲାଣି ଟଙ୍କା ଗଣା ମେସିନ୍ । ଆଜି ଚଢ଼ାଉର ଚତୁର୍ଥ ଦିନରେ ଟିଟିଲାଗଡ଼ରେ ସରିଥିବା ଗଣତିରେ ୧୧ କୋଟି ମିଳିଛି । ଯେଉଁଥିରେ ଗୋଟିଏ ବି ଦୁଇ ହଜାର କିମ୍ବା ନକଲି ନୋଟର ଚିହ୍ନବର୍ଣ୍ଣ ହିଁ ନାହିଁ । ଏସବୁ ମିଳିଛି ମଦ ବ୍ୟବସାୟୀ ରିତେଶ ସାହୁ ପାଖରୁ । ରିତେଶଙ୍କ ମଦଭାଟିରେ ୭ ଜଣିଆ ଟିମ୍ ଏବଂ ଟିଟିଲାଗଡ଼ SBI ବ୍ରାଞ୍ଚରେ ୩ ଜଣିଆ ଟିମ୍ ଟଙ୍କା ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

ଏ ଚିତ୍ର ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର । ବ୍ୟାଙ୍କକୁ ଆସିଥିବା ୧୭୬ଟି ଟଙ୍କା ଭର୍ତ୍ତି ବ୍ୟାଗରୁ ଗଣତି ହୋଇଛି ପ୍ରାୟ ଶହେଟି ବ୍ୟାଗର ଟଙ୍କା । ପୂର୍ବରୁ ୧୫୬ଟି ଓ ଗତକାଲିଏଭଳି ଭାବେ ୨୦ଟି ବ୍ୟାଗରେ ବ୍ୟାଙ୍କକୁ ଟଙ୍କା ଆସିଥିବାବେଳେ ଗତ ୩ଦିନରେ ଗଣତି ହୋଇଛି ପ୍ରାୟ ୭୦ କୋଟି । ବଳକା ନୋଟର ଗଣତି ପାଇଁ ଲାଗିଛି ୨୫ଟି ମେସିନ୍, ଟଙ୍କା ଗଣୁଛନ୍ତି ୫୦ ବ୍ୟାଙ୍କ କର୍ମଚାରୀ । ଟଙ୍କା ଗଣିବା ଭିତରେ କାଳେ ଯାନ୍ତ୍ରିକ ସମସ୍ୟା ଦେଖାଦେବ, ସେଥିପାଇଁ ସମ୍ବଲପୁରରୁ ଯନ୍ତ୍ରୀ ଯାଇ ଅଛନ୍ତି ବଲାଙ୍ଗିରରେ । ସମ୍ବଲପୁର SBI ଉପମହାପ୍ରବନ୍ଧକଙ୍କ କହିବା କଥା, ସମ୍ବଲପୁର ଧନୁପାଲିର ମଦ ବ୍ୟବସାୟୀ ବଳଦେବ ସାହୁ ଆଣ୍ଡ ସନ୍ସ ଠାରୁ ଜବତ ନୋଟର ଗଣତି ଚାଲିଥିବାବେଳେ ଗତକାଲି ସୁଦ୍ଧା ୩୦ କୋଟି ମିଳିଥିଲା । ୬ଟି ମେସିନ ଜରିଆରେ ଏଠି ଗଣତି କରାଯାଉଛି ଏବଂ ରୋବୋଟିକ୍ ମେସିନକୁ ବି ବ୍ୟବହାର କରାଯାଇଛି ।

Advertisment

ଏସବୁ ଭିତରେ ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ । ୨୦ ପେଟି ଟଙ୍କା ମିଳିଥିବା ବଣ୍ଟି ସାହୁ ଉପରେ ଟିମ୍ ଫୋକସ ରଖିବା ସହ ଉଭୟ ଟିଟିଲାଗଡ଼ ଓ ବଲାଙ୍ଗିରର ମଦଭାଟି ଏବଂ ବ୍ୟାଙ୍କ ଯାଇ ବି ଘାଣ୍ଟୁଛି । ସେପଟେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ୍ ଲିମିଟେଡରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଆୟକର ବିଭାଗ । ତେବେ ସମଗ୍ର ଘଟଣା ସଂପର୍କରେ ଆୟକର ଅଧିକାରୀ କିନ୍ତୁ ମୁହଁ ଖୋଲୁନାହାଁନ୍ତି ।

ବଲାଙ୍ଗିରରୁ ବୌଦ୍ଧ, ଟିଟିଲାଗଡ଼ରୁ ସମ୍ବଲପୁର । ଏସବୁ ଜିଲ୍ଲାର ମଦ ବ୍ୟବସାୟୀଙ୍କ ପାଖକୁ ଏତେ ଟଙ୍କା ଆସିଲା କେଉଁଠୁ ? ଏହା ତାଙ୍କର ବ୍ୟାବସାୟିକ ଟଙ୍କା ନା ଅନ୍ୟ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଟଙ୍କା ? ଏଭଳି ନାନା ପ୍ରଶ୍ନ ଭିତରେ ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଗଣିତ ଏସବୁ ସ୍ଥାନରେ ମଦ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ଠାବ ଘଟଣା ଏବଂ ଝାଡ଼ଖଣ୍ଡ ସାଂସଦ ଧିରେଜ ସାହୁଙ୍କ ଲିଙ୍କକୁ ନେଇ ବର୍ତ୍ତମାନ କେବଳ ଜାତୀୟ ମିଡ଼ିଆରେ ଚର୍ଚ୍ଚା ହେଉଛି ତା ନୁହେଁ, ଦେଶବ୍ୟାପି ନିନ୍ଦିତ ହୋଇଛି ଓଡ଼ିଶା ।

Advertisment
IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ