Advertisment

ଜବତ ୩୨ କୋଟି ଆସିଲା କୁଆଡୁ ? ଚାରି ଦିନର ଚଢ଼ାଉ ପରେ ବି ହିସାବ ସରୁନି..!

DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ ।

undefined

DN Group IT Raid

Advertisment

ଚାରି ଦିନର ଚଢାଉ ପରେ ବି ହିସାବ ମିଳୁନି। ଜବତ ୩୨ କୋଟିରୁ ଅଧିକ ଟଙ୍କାର ଉତ୍ସ ଖୋଜିବାକୁ ଜାରି ରହିଛି ଆୟକର ବିଭାଗର ଘନ ଘନ ରେଡ୍। ଆଜି ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ୍ ଜେରା କରିଛନ୍ତି ଆୟକର ଟିମ୍ । କମ୍ପାନୀର ଲିଗାଲ ଅଫିସର କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ଜଗଦୀଶଙ୍କୁ ସାମ୍ନାସାମ୍ନି ବସାଇ ପ୍ରଶ୍ନ କରାଯାଇଛି।

Advertisment

ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ, ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘରେ ତିନି ଦିନର ଘନ ଘନ ଚଢ଼ାଉ ପରେ ଆୟକର ବିଭାଗ ସ୍କାନରରେ ଖୋଦ୍ DN GROUP ମୁଖ୍ୟ। ରେଡ୍‌ର ଚତୁର୍ଥ ଦିନରେ ପାଳି ପଡିଛି ଗ୍ରୁପ୍ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକଙ୍କର । ଭୁବନେଶ୍ୱର ଆଇଆରସି ଭିଲେଜ୍ ସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟକୁ ଡାକି ଜଗଦୀଶଙ୍କୁ ମାରାଥନ୍ ଜେରା କରିଛନ୍ତି ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍। ଏକା ଜଗଦୀଶଙ୍କୁ ନୁହେଁ, ମୁହାଁମୁହିଁ ଜେରା ହୋଇଛି ସଂସ୍ଥାର ଲିଗାଲ ଅଫିସର କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ସହ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ପ୍ରଶ୍ନ ବାଣରେ ଘାଂଟିଛନ୍ତି ଆୟକର ଟିମ୍।

ଜବତ ହୋଇଥିବା ୩୨ କୋଟିରୁ ଅଧିକ ଟଙ୍କା ଆସିଲା କେଉଁଠୁ ? ସଂସ୍ଥା କେବେଠୁ ଏବଂ କେତେ ଟିକସ ଫାଙ୍କିଛି ? କେଉଁ ଉତ୍ସରୁ ଆସିଛି ଏତେ ପରିମାଣର ଟଙ୍କା ? ଜବତ ଟଙ୍କା ବାବଦରେ ଜଗଦୀଶ ଜାଣିଛନ୍ତି କି ନାହିଁ ? ଚାରି ଦିନର ରେଡରୁ ମିଳିଥିବା ଟଙ୍କା, କାଗଜପତ୍ର, ହାର୍ଡ ଡିସ୍କ ଓ ପେନଡ୍ରାଇଭରେ ଥିବା ତଥ୍ୟ ଆଧାରରେ ଉଭୟ ଜଗଦୀଶ ନାୟକ ଓ ଚନ୍ଦ୍ରଶେଖରଙ୍କୁ ପ୍ରଶ୍ନ କରିଛନ୍ତି ଆୟକର ଟିମ୍ । DN GROUP ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହାତେଇଥିବା ଜମି ବାବଦରେ ମଧ୍ୟ ପଚରା ଉଚରା ହୋଇଛି।

Advertisment

ସେପଟେ ଆଜି ପ୍ରଥମ ଥର ପାଇଁ DN GROUP ମୁଖ୍ୟ ଗଣମାଧ୍ୟମ ସାମ୍ନାକୁ ଆସିଥିବା ବେଳେ କ୍ୟାମେରା ଆଗରେ କିନ୍ତୁ ଆୟକର ବିଭାଗର ଚଢାଉ ନେଇ ମୁହଁ ଖୋଲି ନଥିଲେ ଜଗଦୀଶ ।

ଏହାରି ଭିତରେ ଆଜି ରେଡ୍ ବେଳେ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଆୟକର ବିଭାଗକୁ ଆଉ ଅଢେଇ କୋଟି ଟଙ୍କା ମିଳିଛି । ବର୍ତ୍ତମାନ ସୁଦ୍ଧା ୩୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ଆୟକର ବିଭାଗ। ହେଲେ ଏଯାଏଁ ସ୍ପଷ୍ଟ ହୋଇପାରୁନି, କେଉଁଠୁ ଏତେ ଟଙ୍କା ଆସିଲା ଏବଂ କୁଆଡେ ଯାଇଥାନ୍ତା। ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଜବତ ୩ ଟ୍ରଙ୍କ ଟଙ୍କାର ଉତ୍ସ ଖୋଜିବା ସହ କମ୍ପାନୀର ଆମୂଳଚୂଳ ତଥ୍ୟ ଆଦାୟ କରୁଛି ଆୟକର ବିଭାଗ। ସେପଟେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ଆଡୁ ମାମଲା ରୁଜୁ କରି DN ଗ୍ରୁପର ବେଆଇନ୍ ଆର୍ଥିକ କାରବାରର ତଦନ୍ତ କରିବ ବୋଲି ସୂଚନା ମିଳିଛି।

Advertisment

ଏପଟେ DN GROUPରେ ଆଇଟି ରେଡ୍ ବେଳେ ମିଳିଥିବା କୋଟି କୋଟି ଟଙ୍କାକୁ ନେଇ ରାଜନୀତି ବି ସରଗରମ। ଆଜି ପ୍ରେସମିଟ୍ କରି ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଭୁବନେଶ୍ୱର ସହିଦ ନଗର ଜମି ଘୋଟାଲା ପ୍ରସଙ୍ଗ ଉଠାଇବା ସହ ଶହ ଶହ କୋଟି ଟଙ୍କାର ପ୍ରୋଜେକ୍ଟକୁ ସରକାର ଶାଗ ମାଛ ଦରରେ ଡିଏନ୍ ହୋମ୍ସକୁ ଦେଇ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛି। ବିଜେପି ବି ଶାସକ ଦଳକୁ ସମାଲୋଚନା କରିଛି।

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ