Advertisment

ଏ କେମିତିକା ତ୍ରୁଟି ? ଠକେଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍, ଭୁଲରେ ମୁକୁଳିଲେ ବଳାତ୍କାର ଅଭିଯୁକ୍ତ

ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ ।

ଅଦ୍ୟତନ ହୋଇଛି
undefined

rape victim

Advertisment

ଜଣଙ୍କୁ ଜାମିନ୍, ମୁକୁଳିଲେ ଅନ୍ୟଜଣେ । ଠକେଇ ଅଭିଯୋଗରେ ଜାମିନ ପାଇଥିବା ଜଣେ ଅଭିଯୁକ୍ତ ବଦଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଛାଡ଼ିଦେଲେ ଜେଲ୍ କର୍ତ୍ତୃପକ୍ଷ । ପୁଣି ଆଉ କେଉଁଠି ନୁହେଁ, ଖୋଦ୍ ରାଜଧାନୀର ଝାରପଡ଼ା ସ୍ପେଶାଲ ଜେଲରେ ଘଟିଛି ଏଭଳି ସାଂଘାତିକ ତ୍ରୁଟି । ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଡ଼ା ସୁରକ୍ଷା ବଳୟରେ ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଜେଲରେ କିଭଳି ଘଟିଲା ଏତେବଡ଼ ତ୍ରୁଟି, ତାର ଝାନଭିନ୍ ଆରମ୍ଭ ହୋଇଛି ।

Advertisment

ଝାରପଡ଼ା ସ୍ପେଶାଲ ଜେଲରେ ସ୍ପେଶାଲ୍ ତ୍ରୁଟି । ବେପରୱା ସୁରକ୍ଷା ବ୍ୟବସ୍ଥାର ସାଂଘାତିକ ଚିତ୍ର । ଜଣଙ୍କୁ ବେଲ୍, ମୁକୁଳିଲେ ଅନ୍ୟ ଜଣେ ଅଭିଯୁକ୍ତ । ଠକେଇ ଅଭିଯୁକ୍ତଙ୍କ ବଦଳରେ ପଦାକୁ ଆସିଲେ ବଳାତ୍କାର ଅଭିଯୁକ୍ତ । ଏକ ଠକେଇ ମାମଲାରେ କିଛି ଦିନ ଧରି ଜେଲରେ ଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଗତ ୨୦ ତାରିଖରେ ଜାମିନ ମିଳିଥିଲା । ହେଲେ ଜେଲ୍ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ଦେଖି ସେଇ ଦିନ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ରମେଶଙ୍କୁ ଛାଡ଼ିବା ବଦଳରେ ବଳାତ୍କାର ମାମଲାରେ ଜେଲରେ ଥିବା ଅଭିଯୁକ୍ତ ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଛାଡ଼ି ଦେଇଥିଲେ ।

ଆଉ ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି, ପୋଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ବଳାତ୍କାର ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ, ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଆଉ ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗରେ ହଇଚଇ । କେମିତି ଘଟିଲା ଏତେ ବଡ଼ ତ୍ରୁଟି ? ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଭଳି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଥିବା ଜେଲରେ ଏଭଳି ତ୍ରୁଟି କିଭଳି ସମ୍ଭବ ? ଜାଣିବା ପାଇଁ ଆରମ୍ଭ ହୋଇଛି ଧରପଗଡ଼। ଖୋଦ୍ ଜେଲ୍ ଡିଆଇଜି ଝାରପଡ଼ା ଜେଲ ପହଞ୍ଚି କେଉଁଥିପାଇଁ ଏବଂ କାହା ଭୁଲରୁ ଏତେବଡ଼ ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ କରିଛନ୍ତି । ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ଜେଲରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପଚରାଉଚରା ଚାଲିଛି ।

Advertisment

କୋର୍ଟରୁ ଜେଲକୁ ଆସିଲା ବେଳେ ଜେଲ ମାନୁଆଲ୍ ଅନୁସାରେ ଜଣେ କଏଦୀର ସମସ୍ତ ତଥ୍ୟ ଯେମିତିକି ଆଇଡେଣ୍ଟିଫିକେସନ୍ ମାର୍କ, ଠିକଣା, ପରିଚୟପତ୍ର ଆଦିକୁ ଭଲଭାବେ ଯାଞ୍ଚ କରି ଭିତରକୁ ଛଡ଼ାଯାଇଥାଏ । ସେହିଭଳି ବେଲରୁ ବାହାରିବା ବେଳେ ମଧ୍ୟ ଅନୁରୂପ ଭାବେ କଏଦୀଙ୍କୁ ଯାଞ୍ଚ କରାଯାଇଥାଏ । ତେବେ ସଂପୃକ୍ତ କଏଦୀଙ୍କୁ ଛଡ଼ାଯିବା ସମୟରେ ଏସବୁ ନିୟମ ପାଳନ କରାଯାଇଥିଲା କି ନାହିଁ, ଯଦି କରାଯାଇଥିଲା ଏଭଳି ଗୁରୁଚାଣ୍ଡାଳ ତ୍ରୁଟି ରହିଲା କେମିତି ତାକୁ ନେଇ ଚର୍ଚ୍ଚା । ତେବେ କେବଳ ଦୁହିଁଙ୍କ ନାଁ ରମେଶ ଥିବାରୁ ଏଭଳି ଦ୍ୱନ୍ଦ୍ୱ ନା ଯାଞ୍ଚରେ ବେପରୁଆପଣ ଏଥିପାଇଁ ଦାୟୀ ।

କେତେବେଳେ ଜେଲ ଭିତରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ରାଜକୀୟ ଚର୍ଚ୍ଚାର ଖବର ହେଉ ଜେଲ ଭିତରେ କଏଦୀଙ୍କ ନିଶାସେବନ ଓ ଫୋନ୍ ବ୍ୟବହାର । ବାରମ୍ବାର ଏଭଳି ଅଭିଯୋଗକୁ ନେଇ ଚର୍ଚ୍ଚା ଭିତରେ ଥିବା ଝାରପଡ଼ା ଜେଲରେ କଏଦୀ ଅଦଳବଦଳର ଏ ସାଂଘାତିକ ଖବର ପାଇ ରିପୋର୍ଟିଂ ପାଇଁ ଆମେ ଯାଇଥିଲା ବେଳେ ସାମ୍ନାକୁ ଆସିଥିଲା ଏ ଚିତ୍ର । ଛୁଟି ଦିନରେ ମୁଲାକାତର କୌଣସି ବ୍ୟବସ୍ଥା ନଥିଲା ବେଳେ ଝାରଖଣ୍ଡର ଜଣେ ଚିଟ୍‌ଫଣ୍ଡ କଏଦୀଙ୍କୁ ନିଦ୍ୱନ୍ଦ୍ୱରେ ଭେଟିବାକୁ ଯାଉଥିଲେ ତାଙ୍କ ସଂପର୍କୀୟ ।

Advertisment

ଆଉ ସେଇଠି ଜେଲରେ ଥିବା ନିଜ ସ୍ୱାମୀଙ୍କୁ ଭେଟିବାକୁ ଛଡ଼ାନଯିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏ ମହିଳା । ତେବେ କଏଦୀ ଅଦଳବଦଳ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜେଲ୍ ଡିଆଇଜିଙ୍କ ସୂଚନା ସତ୍ତ୍ୱେ, ଆଜିକା ଦିନରେ ରାଜ୍ୟର ଜେଲ ଗୁଡିକର ସୁରକ୍ଷା ବ୍ୟବସ୍ଥା କିଭଳି ଚାଲିଛି, ତାକୁ ପଦାରେ ପକାଇ ଦେଇଛି ଝାରପଡ଼ାର ଏ ଘଟଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ