Advertisment

Cyber Fraud: ସାଇବର ଠକେଇର ଶିକାର ହେଲେ ପୂର୍ବତନ IT ମନ୍ତ୍ରୀ ତୁଷାରକାନ୍ତି; ଠକି ନେଲେ ୧ କୋଟି ୪୦ ଲକ୍ଷ...

୧ କୋଟି ୪୦ ଲକ୍ଷ ସାଇବର ଠକେଇ ଅଭିଯୋଗରେ ୭ ଆନ୍ତଃରାଜ୍ୟ ସାଇବର ଠକ ଗିରଫ । କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ସ୍ଥାନରୁ ୭ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ ।

ଅଦ୍ୟତନ ହୋଇଛି
Interstate Cyber Fraudsters Arrested

Interstate Cyber Fraudsters Arrested

Advertisment

ପୂର୍ବତନ IT ମନ୍ତ୍ରୀ ତଥା ବର୍ତ୍ତମାନର କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କ ଠାରୁ ୧ କୋଟି ୪୦ ଲକ୍ଷ ସାଇବର ଠକେଇ ଅଭିଯୋଗରେ ୭  ଆନ୍ତଃରାଜ୍ୟ ସାଇବର ଠକ ଗିରଫ । କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ସ୍ଥାନରୁ ୭ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ । 

Advertisment

ଗିରଫ  ଅଭିଯୁକ୍ତମାନେ ହେଲେ କର୍ଣ୍ଣାଟକର ଜ୍ୟୋତି ରାଜୁ, ରାଜୁ ସି, ଇସ୍ମାଇଲ ରାହା-ଇଦ୍, ବାସିମ୍ ଏବଂ ତାମିଲନାଡୁର ପଟ୍ଟାରାଜା ଏସ୍, ଜେଗାଥୀଶ ରାଧାକୃଷ୍ଣନ ଓ ଇ. ଶକ୍ତିକୁମାରା-ଭେଲ୍ । ସେମାନଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି ।  ଗତ ଜାନୁଆରୀ ୧୩ ତାରିଖରେ ଏନେଇ ଅଭିଯୋଗ ହୋଇଥିଲା । 

ଅଧିକ ପଢ଼ନ୍ତୁ: ଡିଜିଟାଲ ଆରେଷ୍ଟ; ଠକି ନେଲେ ୫୦ ଲକ୍ଷ, ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ...

Advertisment

ସାଇବର ଠକ ମାନେ IPO ଏବଂ OTC ଟ୍ରେଡିଂ ନିବେଶ ନାଁରେ ଠକେଇ କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ସେମାନେ ତୁଷାରକାନ୍ତିଙ୍କ ଠାରୁ ୧କୋଟି ୪୦ ଲକ୍ଷ ଟଙ୍କା ଠକେଇ କରିଥିଲେ । ଗିରଫ ଠକ ମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ପୋଲିସ ।

ତେବେ ନିକଟରେ ଡିଜିଟାଲ ଆରେଷ୍ଟର ଶିକାର ହୋଇଥିଲେ ବୃଦ୍ଧ ଦମ୍ପତି । ଦୁର୍ବୃତ୍ତ ଠକି ନେଇଥିଲେ ୫୦ ଲକ୍ଷ  । ଆଉ ଜୀବନ ହାରିଦେଲେ ସ୍ବାମୀ-ସ୍ତ୍ରୀ । ସାଇବର୍‌ ଫ୍ରଡର ସାଂଘାତିକ ପରିଣାମ। ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଥିଲେ ବୃଦ୍ଧ ଦମ୍ପତ୍ତି। ସ୍ୱମୀ ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ। ଥରି ଉଠିବ ଆପଣଙ୍କ ଦେହ ହାତ। ଏମାନଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଥିଲା ଡିଜିଟାଲ ଆରେଷ୍ଟ। 

Advertisment

କର୍ଣ୍ଣାଟକାର ବେଲାଗାଭି ଜିଲ୍ଲା ଅନ୍ତର୍ଗତ ଖାନାପୁର ତାଲୁକା। ଏଠାକାର ବେଡି ଗାଁରେ ୭୯ ବର୍ଷୀୟ ପତ୍ନୀ ଫ୍ଲାଭିଆନାଙ୍କ ସହ ରୁହନ୍ତି ୮୨ ବର୍ଷୀୟ ଡି ସନତାନ ନାଜରେଥ। ସେ ‌ଏକଦା ମହାରାଷ୍ଟ୍ର ସଚିବାଳୟରେ କାମ କରୁଥିଲେ। ମାର୍ଚ୍ଚ ୨୭ ତାରିଖ ଗୁରୁବାର। ନାଜରେଥ ଓ ଫ୍ଲାଭିଆନା ଦୀର୍ଘ ସମୟ ଧରି ଘରୁ ବାହାରି ନଥିଲେ। ବୃଦ୍ଧ ଦମ୍ପତ୍ତିଙ୍କୁ କ’ଣ ହେଲା ଭାବି ପଡ଼ୋଶୀଙ୍କ ସନ୍ଦେହ ଘାରିଥିଲା। ଘରର କବାଟ ବାଡେଇଥିଲେ ମଧ୍ୟ କେହି ଖୋଲିନଥିଲେ। କବାଟ ଭାଙ୍ଗି ଘରେ ପଶିବା ପରେ ସ୍ତ୍ରୀ ଫ୍ଲାଭିଆନାଙ୍କ ନିସ୍ତେଜ ମୃତଦେହ ବେଡ ଉପରେ ପଡ଼ିଥିବା ଦେଖି ଚକିତ ହୋଇପଡିଥିଲେ। ନାଜରେଥଙ୍କ ମୃତଦେହ ଘରର ଅଣ୍ଡର ଗ୍ରାଉଣ୍ଡ ପାଣି ଟାଙ୍କିରୁ ମିଳିଥିଲା। ମୃତଦେହ ନିକଟରୁ ପୋଲିସ ଏକ  ହାତ ଲେଖା ଚିଠି ବି ଜବତ କରିଛି। ଏଥିରେ ଜୀବନ ହାରିବାର ପ୍ରକୃତ କାରଣ ଗୋଟି ଗୋଟି କରି ବଖାଣିଛନ୍ତି ଦମ୍ପତି।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

Scam Crime News Cyber Fraud Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ