Advertisment

ପୁଣି ଚର୍ଚ୍ଚାରେ ସାପ ବିଷ ବେପାର, ୨୯ ପାଡ଼ିରୁ ୨୯ ନାଗ ଉଦ୍ଧାର !

୩ ଜଣଙ୍କୁ ଗିରଫ କଲା ବାଲେଶ୍ୱର ବନ ବିଭାଗ । ବଡ଼ ଧରଣର ସାପ ବିଷ ରାକେଟ୍ କାମ କରୁଥିବା ସନ୍ଦେହ ।

undefined

Venom Racket

Advertisment

ନାଗ ସାପକୁ ନେଇ ବିଷ ବେପାର । ବାଲେଶ୍ୱର ବାଲିଆପାଳରେ ସାପ ବିଷ ରାକେଟ୍ କବଜାରେ ଜଣେ ମହିଳାଙ୍କ ସହ ୩ କୋବ୍ରା ବେପାରୀ । ବାଲେଶ୍ୱର ବନଖଣ୍ଡ କାର୍ଯ୍ୟାଳୟରେ ଥାକ ଥାକ ହୋଇ ଥୁଆ ହୋଇଛି ସାପ ପେଡ଼ି । ୨୯ଟି ପେଡ଼ିରେ ୨୯ କୋବ୍ରା ବା ନାଗ ପ୍ରଜାତିର ସାପ। କାହାର ବିଷ ଦାନ୍ତ ଅଛି ତ କାହାର ନାହିଁ ।

Advertisment

ଏମିତିକି କାହାର ବିଷ ଗ୍ରନ୍ଥିକୁ ବି କାଢ଼ି ଦିଆଯାଥିବାରୁ ଫଣା ଟେକିଲେ ବି ଆଉ ସେ ଫଁ ନାହିଁ । ହେଲେ କେଉଁଠି ମିଳିଲେ ଏତେ ସଂଖ୍ୟାରେ ଏ ବିଷଧର । ବାଲେଶ୍ୱର ବାଲିଆପାଳ ପଞ୍ଚୁପାଲ୍ଲୀରେ, ସାପ ଓ ସାପ ବିଷର କାରବାର ନେଇ ବିଶେଷ ସୂଚନା ପାଇ, ସ୍ନେକ ହେଲପଲାଇନ୍ ସଦସ୍ୟଙ୍କ ସହ ବନବିଭାଗର ଏକ ଟିମ୍ ଆଜି ଏକ ଘରେ ରେଡ୍ କରିଥିଲା।

ସେଠାରେ ଯାହା ଦେଖିଥିଲେ, ତାଜୁବ୍ ହୋଇଥିଲେ। ଏକ ବଖୁରିକିଆ ଘରେ ୨୯ଟି ପେଡ଼ିରେ ବନ୍ଦ ହୋଇଥିଲେ ସିଡ୍ୟୁଲ ୱାନ୍ ଶ୍ରେଣୀରେ ଆସୁଥିବା ୨୯ଟି ନାଗ ପ୍ରଜାତିର ସାପ । ଆଉ ଏଇଠୁ ଦୁଇଜଣଙ୍କୁ ଗିରଫ କରି ପରେ ସେମାନଙ୍କ ସୂଚନା ଆଧାରରେ ଭେଲପୁର ଗାଁରୁ ଆଉ ଦୁଇଟି ସାପକୁ ଉଦ୍ଧାର କରିବା ସହ ଆଉ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଏକାଠି ଏତେ ପରିମାଣର ସାପକୁ ରଖାଯିବା ପଛର କାରଣ କଣ ? ୟା ପଛରେ କାମ କରୁଥିଲା କି ବଡ଼ ଧରଣର ଭେନମ୍ ବା ସାପ ବିଷ ରାକେଟ୍ । ନିଶା ପାଇଁ ଚାଲିଥିଲା କି ନଷିଦ୍ଧ ବେପାର ? କୁହାଯାଉଛି ବାଲିଆପାଳରୁ ଜବତ ଏ ସବୁ ସାପଙ୍କଠୁ ବିଷ ସଂଗ୍ରହ କରାଯିବା ସହ, ପ୍ରତି ସାପ ପିଛା ମେଳା, ମହୋତ୍ସବରେ ପ୍ରଦର୍ଶନ ପାଇଁ ୨ରୁ ୩ ହଜାର ଟଙ୍କାରେ ଭଡ଼ା ଦିଆଯାଉଥିଲା। ଏପରିକି ସାପ ଚାଲାଣ ବି ହେଉଥିଲା ।

ତେବେ ଯଦି ସାପ ବିଷ କାରବାର ଏହାର ମୂଳ କାରଣ, ତେବେ ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ଅଛି, ଚେର କେତେବାଟ ଲମ୍ବିଛି, କେଉଁ ରାଜ୍ୟ କିମ୍ବା ଦେଶକୁ ସାପ ବିଷ ସପ୍ଲାଏ ହେଉଛି, ସେ ସବୁର ଖୋଳତାଡ଼, ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି । ବିଶେଷଜ୍ଞଙ୍କ କହିବା କଥା ସାପ ବିଷରୁ ଆଣ୍ଟିଭେନମ୍ ଓ ମେଡିସିନ୍ ପ୍ରସ୍ତୁତ ହେବା ସହ ନିଶା ସେବନ ଉଦ୍ଦେଶ୍ୟରେ ବି ବ୍ୟବହାର ହେଉଥିବାରୁ ବିଶ୍ୱରେ ସାପ ବିଷର ଏକ ବଡ଼ ଚୋରା ବଜାର ରହିଛି । ଯାହାର କେଜି ପିଛା ଦର କୋଟିଏରୁ ଅଧିକ। ତେଣୁ ଏଇ ଘଟଣା ସହିତ ଦେଶ କିମ୍ବା ଦେଶ ବାହାରର ଲିଙ୍କ ଥାଇପାରେ ।

Advertisment

ତେବେ ସାପ ବିଷ କାରବାର ରାଜ୍ୟ ପାଇଁ ନୂଆ କଥା ନୁହେଁ। ପୂର୍ବରୁ ୨୦୨୧ ମାର୍ଚ୍ଚରେ ଭୁବନେଶ୍ୱରରେ ଏକ ସାପ ବିଷ ରାକେଟର ପର୍ଦ୍ଦାଫାସ ସହ ୧ ଲିଟର ୬ ଶହ ମିଲିଗ୍ରାମ ସାପ ବିଷ ସହ 6 ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ସେହି ବର୍ଷ ନଭେମ୍ବରରେ ଦେବଗଡ଼ ରିଆମାଳରୁ ମଧ୍ୟ ୧ କେଜି ଭେନମ୍ ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ