Advertisment

ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ, ଆନ୍ତଃରାଜ୍ୟ ସାଇବର ଲୁଟ୍‌ ମାମଲାରେ ୨୪ ଜଣ ଗିରଫ

ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି।

Cyber Loot

Cyber Loot

Advertisment

ବଡ଼ ଧରଣର ସାଇବର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆନ୍ତଃରାଜ୍ୟ ସାଇବର ଲୁଟର ୨୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ହ୍ବାଟସଆପରେ Kotak Investment Club ଗ୍ରୁପ କରି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ସାଇବର ଲୁଟେରା । ୧୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ଆକାଉଣ୍ଟରେ ନେଇଯାଇଥିଲେ ଏହି ଲୁଟ୍‌ ଟଙ୍କା । କ୍ରାଇମବ୍ରାଞ୍ଚ ଗଠନ କରିଥିବା ୭ଟି ଟିମ୍‌ ତାମିଲନାଡୁରୁ ୯ ଜଣ ଅଭିଯୁକ୍ତ, ଗୁଜରାଟରୁ ୮ ଓ ରାଜସ୍ଥାନରୁ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Advertisment

ତଦନ୍ତ ସମୟରେ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୬.୮୫ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି। ଅଭିଯୋଗକାରୀଙ୍କୁ ବର୍ତ୍ତମାନ ସୁଧା ୬.୮୦ ଲକ୍ଷ ଟଙ୍କା ଫେରେଇଛି କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ।

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ