Snigdharani suna
ସୋନପୁରରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣା । ବଲାଙ୍ଗିରରୁ ଧରାପଡ଼ିଲେ ଲେଡି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ଅଜୟ ଜେଠୀ ମଧ୍ୟ ଗିରଫ । ଉଭୟଙ୍କୁ ବଲାଙ୍ଗିରରୁ ଧରି ସୋନପୁର ନେଉଛି ପୋଲିସ । ଉଭୟଙ୍କୁ ବଲାଙ୍ଗିର ହାତୀଶାଳପଡ଼ାରୁ ଧରିଲା ସୋନପୁର ପୋଲିସ ।
ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା । ଇନ୍ସପେକ୍ଟର ସୁନାଙ୍କ ନାଁରେ ଥିବା କାର ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣ ଗୁରୁତର ହୋଇଥିଲେ । ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।
ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍ ଚାଳକ ସହିତ କଥା ହେଉଥିଲେ । ଠିକ୍ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରିବା ବୋଝେଇ ଅଟୋରେ ବସିଥିବା କୁଆବତୀ ନାୟକ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା।
ବାଇକ୍ ଚାଳକ ଓ ଅଟୋରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ବାଇକ୍ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657632513.jpg)