ଜେଲ୍ ଭିତରେ କଏଦୀଙ୍କ ହାତରେ ଚାକୁ; ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ନେଇ ଚର୍ଚ୍ଚା !

ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସୁଛି କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ୍ କରୁଛନ୍ତି କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I 

Inmates Pose with Knife

ଜେଲ ଭିତରେ କଏଦୀଙ୍କ ହାତରେ ଚାକୁ । ଜେଲ ଭିତରେ କଏଦୀଙ୍କୁ କିଏ ଦେଲା ଚାକୁ । ଏମିତି ଘଟଣା ଭୁବନେଶ୍ବର ଝାରପଡା ଜେଲରେ ଘଟିଛି । ଜେଲର ସେଲ୍ ଭିତରୁ ଆସିଚି ଭିଡ଼ିଓ,  କଏଦୀଙ୍କ ହାତରେ ଧରିଛନ୍ତି ଚାକୁ  । କଏଦୀ କିଭଳି ଚାକୁ ଧରି ଡେମୋ ଦେଖାଉଛନ୍ତି ତାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । 

ଏମିତିକି ଜେଲ ଭିତରେ ରହି ଜୀବନରୁ ମାରିଦେବାକୁ ଧମକ ପୂର୍ଣ୍ଣ ଭିଡ଼ିଓ ପଠାଇବା ସହ ବଟି ମାଗୁଛନ୍ତି କିଛି ଅଭିଯୁକ୍ତ I ଟଙ୍କା ନଦେଲେ ହଣା ଖାଇବ ବୋଲି ଧମକ ମଧ୍ୟ ଦେଉଥିବା ସୂଚନା ମିଳିଛି । ବ୍ୟବସାୟୀ ଓ ସାକ୍ଷୀଙ୍କୁ ଖୋଲା ଧମକ ଦିଆଯାଉଥିବା ଅଭିଯୋଗ ଆସିଛି । ହେଲେ ମିଡ଼ିଆରେ କେହିବି ମୁଁହ ଖୋଲିବାକୁ ନାରାଜ I 

ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସୁଛି କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ୍ କରୁଛନ୍ତି କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ତେବେ ଏନେଇ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।