Advertisment

କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ ଗୃହବନ୍ଦୀ ! ଅଫିସ୍‌ ନ ଆସିବାକୁ ପ୍ରଭାବଶାଳୀ ଲୋକଙ୍କ ଧମକ

୧୦ରୁ ୧୫ ଲୋକ ଅଫିସ ଭିତରକୁ ଆସିଥିଲେ। ଅଫିସ୍‌କୁ ନ ଆସିବା ଓ ବାହାରି ଯିବା ପାଇଁ ମୋତେ ଧମକ ଦେଇଥିଲେ। ଆମେ କଥା ନମାନିଲେ ଆମେ ଗଣ୍ଡଗୋଳ କରିବୁ ବୋଲି ସେମାନେ କହିଥିଲେ। ମୋ ଜୀବନକୁ ଏବେ ବିପଦ ଅଛି।

ବିନୋଦ ଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ

ବିନୋଦ ଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ

Advertisment

ରାଜଗାଙ୍ଗପୁର: ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ ଗୃହବନ୍ଦୀ। କିଛି ପ୍ରଭାବଶାଳୀ ଲୋକ, ତାଙ୍କୁ ଅଫିସ ଯିବାକୁ ଦେଉନାହାଁନ୍ତି।ଅଫିସ ଯିବାକୁ ଚେଷ୍ଟା କଲେ ତାଙ୍କୁ ଠେଲାପେଲା ଓ ଗାଳିଗୁଲଜର ସାମ୍ନା କରିବାକୁ ପଡୁଛି। ତେଣୁ ନିଜ କ୍ୱାର୍ଟରରେ ଗୃହବନ୍ଦୀ ହୋଇ ରହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା। ସେ ରାଜଗାଙ୍ଗପୁରରେ କାର୍ଯ୍ୟରେ ଯୋଗ ଦେବା ପରେ ଜବର ଦଖଲ ହଟାଇବା ଓ ପୌରପାଳିକାର ଘରଗୁଡିକୁ ବଳପୂର୍ବକ ମାଡି ବସିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।

Advertisment

ଦୁଇ ଜଣ ପ୍ରଭାବଶାଳୀ ଲୋକ ମାଡି ବସିଥିବା ଏକ ସରକାରୀ କମ୍ୟୁନିଟି ସେଣ୍ଟର ଏବଂ ଘରକୁ ମୁକ୍ତ କରି ସରକାରଙ୍କ ଅଧୀନକୁ ଆଣିଥିଲେ। ଏଥିସହ ପୌରପାଳିକା ଭଡା ଦେଇଥିବା ପ୍ରାୟ ୨ଶହଟି ଦୋକାନର ଭଡା ଆଦାୟ କରିବା ଲାଗି ପଦକ୍ଷେପ ନେଇଥିଲେ। ଏଥିପାଇଁ ତାଙ୍କୁ ଧମକ ଦିଆଯାଉଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଯୋଗ କରିଛନ୍ତି।

ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ଆମ ଅଫିସ୍‌ର କିଛି ସ୍ଥାୟୀ କର୍ମଚାରୀଙ୍କ ପ୍ରରୋଚନାରେ  ୧୦ରୁ ୧୫ ଲୋକ ଅଫିସ ଭିତରକୁ ଆସିଥିଲେ। ଅଫିସ୍‌କୁ ନ ଆସିବା ଓ ବାହାରି ଯିବା ପାଇଁ ମୋତେ ଧମକ ଦେଇଥିଲେ। ଆମେ କଥା ନମାନିଲେ ଆମେ ଗଣ୍ଡଗୋଳ କରିବୁ ବୋଲି ସେମାନେ କହିଥିଲେ। ପରେ ମୁଁ କ୍ୱାର୍ଟରକୁ ଚାଲିଆସିଲି। ସମସ୍ତ ଅଫିସ କାମ କାମ ମୋତେ ରୁମ୍‌ରେ ହିଁ କରିବାକୁ ପଡୁଛି। ମୋ ଜୀବନକୁ ବିପଦ ଅଛି। ମୁଁ ଏଠାରୁ ବାହାରିପାରୁନି, ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସେ ଜଣାଇଥିବା କହିଛନ୍ତି।

Advertisment

ଏନେଇ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି ଯେ, ତାଙ୍କୁ ଗୃହବନ୍ଦୀ କରି ରଖାଯାଇନାହିଁ। ଏଭଳି ଖବର ମିଥ୍ୟା। ଜିଲ୍ଲା ପ୍ରଶାସନ ଏନେଇ ତଦନ୍ତ କରୁଛି। 

Odisha Executive Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ