Advertisment

‘ପୁଅ ମଲେ ମୁଁ ଶାଶୂଘରକୁ ଫେରିବି’

ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା ।

author-image
Manoranjan Behera
ଅଦ୍ୟତନ ହୋଇଛି
Crime News

Father Kills Son

ରାକ୍ଷାସ ସାଜିଲା ବାପା । ସ୍ତ୍ରୀକୁ ଖୁସି କରିବା ପାଇଁ ପୁଅର ତଣ୍ଟି ଚିପିଦେଲା । ଆଶ୍ଚର୍ଯ୍ୟର କଥା ହେଉଛି ପୁଅକୁ ମାରିବା ବେଳର ଭିଡିଓ କରି ସ୍ତ୍ରୀକୁ ପଠାଇଲା ବାପା । ଏଭଳି ହୃଦୟବିଦାରକ ଘଟଣା ଘଟିଛି ମଧ୍ୟପ୍ରେଦେଶ ଇନ୍ଦୋରରେ । ମୃତକ ହେଉଛି ନାବାଳକ । ସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା । ଜାଣନ୍ତୁ ପୂରା ଘଟଣା..

Advertisment

ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା । ସ୍ତ୍ରୀ ମୁହଁରେ ହସ ଫୁଟାଇବା ପାଇଁ ଶୋଇଲା ବେଳେ ତଣ୍ଟି ଚିପି ମାରିଦେଲା ରାକ୍ଷାସ ବାପା । ମାଆ ଆଖି ବୁଜିବା ପରେ ବାପାକୁ ବିଶ୍ୱାସ କରି ଜୀବନ ହାରିଲା ୭ ବର୍ଷୀୟ ନାବାଳକ ।

ଅଧିକ ପଢ଼ନ୍ତୁ: ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କ ରଖିବାରୁ ସହକର୍ମୀଙ୍କୁ ବିଭତ୍ସ ହତ୍ୟା

Advertisment

ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତ ହେଉଛି ଶଶିପାଲ ମୁଣ୍ତେ । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଆଉ ଏକ ବିବାହ କରିଥିଲେ, ଏହାପରେ ତୃତୀୟ ବିବାହ କରିଥିଲେ । ତୃତୀୟ ସ୍ତ୍ରୀ ପାୟଲ କିନ୍ତୁ ଶଶିପାଲଙ୍କ ୭ ବର୍ଷର ପୁଅ ପ୍ରତୀକକୁ ଭଲ ପାଉନଥିଲେ । ଏପରିକି ତାକୁ ଘରୁ ବାହାର କରିଦେବା ପାଇଁ ଶଶିପାଲଙ୍କୁ ବାଧ୍ୟ କଲେ । ଏହାମଧ୍ୟରେ ପାୟଲ ଗର୍ଭବତୀ ହୋଇଥିଲେ । ମାତ୍ର ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମନୋମାଳିନ୍ୟ ହେଉଥିବା ବେଳେ ପାୟଲ ନିଜ ବାପ ଘରକୁ ଚାଲି ଯାଇଥିଲେ ।

ପ୍ରତୀକ ସାଧାରଣତଃ ତା’ ଜେଜଜେଜୀଙ୍କ ସହିତ ଶୋଇଥାଏ । ରବିବାର ଦିନ ବାପା ଶଶିପାଲ ପ୍ରତୀକକୁ ନିଜ କୋଠରିକୁ ଶୋଇବାକୁ ଡାକିଲେ । ବାପା ଶଶୀପାଳଙ୍କ କୋଠରୀରେ କୁଲର୍‌ ଲାଗିଥିଲା । କୁଲର୍‌ ହାୱାରେ ଶୋଇବ ବୋଲି ବାପାଙ୍କ କୋଠରିକୁ ଯାଉଛି ବୋଲି ସେ ଜେଜେଜେଜୀଙ୍କୁ କହିଲା। ମାତ୍ର ଏହାପରେ ରାକ୍ଷାସ ଶଶିପାଲ ଦେଖାଇଥିଲେ ନିଜ ରୂପ।

ପିଲାଟି ନିଦରେ ଶୋଇବା ପରେ ଟିଭି ସାଉଣ୍ଡ ଅଧିକ କରି ଶଶିପାଲ ତାର ତଣ୍ଟି ଚିପି ଦେଇଥିଲେ। ଫଳରେ ଅନ୍ୟ ରୁମ୍‌ରେ ଥିବା ପ୍ରତୀକଙ୍କ ଜେଜେ ବାପା, ଜେଜେମା’ ଘଟଣା ବିଷୟରେ କିଛି ଜାଣି ପାରି ନ ଥିଲେ। ଏପରିକି ଏହାର ଭିଡିଓ କରି ନିଜ ପତ୍ନୀ ପାୟଲଙ୍କ ନିକଟକୁ ପଠାଇଥିଲେ। ଏଥିସହ ମୋ’ ପୁଅ ଆଉ ତୁମକୁ କେବେ ହଇରାଣ କରିବ ନାହିଁ ବୋଲି ବି ମେସେଜ ଦେଇଥିଲେ। ମାତ୍ର ପାୟଲ ଶଶିପାଳଙ୍କ ଫୋନ୍ ନମ୍ବରକୁ ବ୍ଲକ୍‌ କରି ଦେଇଥିବାରୁ ସେ ଉକ୍ତ ମେସେଜ ଦେଖି ନ ଥିଲେ।

ଏହା ପରଦିନ ଶଶିପାଳ ଘରୁ ପଳାଇଥିବା ବେଳେ ଜେଜେବାପା, ଜେଜେମା’ ପିଲାଟିକୁ ଉଠାଇବାକୁ ଯାଇଥିଲେ । ମାତ୍ର ସେ ଆଉ ଉଠି ନ ଥିଲା। ତୁରନ୍ତ ତାକୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶଶିପାଳଙ୍କୁ ଧରି ପଚରାପଚରି କରିବାରୁ ସବ ସତ କଥା ମାନି ଯାଇଛନ୍ତି। ପତ୍ନୀଙ୍କୁ ଖୁସି କରିବାକୁ ସେ ନିଜ ଛୁଆର ତଣ୍ଟି ଚିପି ଦେଇଥିବା କହିଛନ୍ତି । ମାତ୍ର ଏଥିରେ ତାଙ୍କର କୌଣସି ଭୂମିକା ନ ଥିବା ଓ ସେ କେବେ ପିଲାଟିକୁ ମାରିବା କଥା କହି ନ ଥିବା ସଫା ସଫା କହିଛନ୍ତି ପାୟଲ ।

ପୋଲିସ୍‌ ଏହି ଘଟଣାରେ ଉଭୟ ଶଶିପାଲ ଓ ପାୟଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Murder Murder Case Crime News
Advertisment
Advertisment