/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684222239.jpg)
Father Kills Son
ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ଏମିତି ପରିସ୍ଥିତିରେ ନିଜର ୭ବର୍ଷର ପୁଅକୁ ପାଖରେ ରଖିବାକୁ ମନା କରିଦେଲା ସାବତ ମାଆ । ଶେଷରେ ଜନ୍ମକଲା ପୁଅକୁ ଆରପାରିକୁ ପଠାଇଦେଲା ରାକ୍ଷସ ବାପା । ମଧ୍ୟପ୍ରଦେଶ ଇନ୍ଦୋରରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ଘୋର ନିନ୍ଦା କରାଯିବା ସହ ପୋଲିସ୍ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଛି ।
ଘଟଣାର ତଦନ୍ତ କରୁଥିବା ପୋଲିସ ACP ଆଶିଷ ପଟେଲ କହିଛନ୍ତି ଯେ, ଅଭିଯୁକ୍ତଙ୍କ ନାଁ ହେଉଛି ଶଶିପାଲ ମୁଣ୍ତେ । ୬ ବର୍ଷ ପୂର୍ବେ ତାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ସେ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ । ବିବାହ ପରେ ଦୁହିଁଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା । ମତାନ୍ତରର କାରଣ ଥିଲା ପ୍ରଥମ ସ୍ତ୍ରୀର ୭ ବର୍ଷର ପୁଅ । ଶଶିପାଲଙ୍କ ପୁଅକୁ ପାଖରେ ନ ରଖିବା ପାଇଁ ଜିଦ୍ ଧରି ବସିଥିଲେ ଦ୍ୱିତୀୟ ସ୍ତ୍ରୀ । ଏଥିପାଇଁ ସେ ଘର ଛାଡ଼ି ଯାଇ ବାପଘରେ ରହୁଥିଲେ ।
ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ବାପା ଯେ ଏଭଳି କାଣ୍ତ ଭିଆଇବ, ତାହା ବେଶ୍ ନିନ୍ଦନୀୟ । ଶେଷରେ ନିଜ ଜନ୍ମକଲା ପୁଅକୁ ମାରିଦେଲା ବାପା । ମୃତ ନାବାଳକର ସମ୍ପର୍କୀୟ କହିଛନ୍ତି ଯେ, ଶଶିପାଲଙ୍କ ପ୍ରଥମ ସ୍ତ୍ରୀର ଦେହାନ୍ତ କିଛିବର୍ଷ ତଳେ ହୋଇଥିଲା । ଏହାପରେ ସେ ଆଉ ଏକ ବିବାହ କରିଥିଲେ । ଛୁଆକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଲାଗି ରହୁଥିଲା । ଏହାପରେ ତାଙ୍କ ଦ୍ୱିତାୟ ସ୍ତ୍ରୀ ରାଗିଯାଇ ବାପଘରକୁ ପଳାଇଥିଲେ ।
ଅଭିଯୁକ୍ତ ଶଶିପାଲଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି । ଏହି ଘଟଣା ନେଇ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)