Advertisment

Indian Assaulted: ଏ କି ପ୍ରକାର ଆତିଥ୍ୟ, ଭାରତୀୟଙ୍କୁ ପୋଷାକ ଖୋଲି ମାଡ଼ ମାରିଲେ ଅଜଣା ଗୋଷ୍ଠୀ

ଆୟରଲାଣ୍ଡର ଡବଲିନର ଟାଲାଘଟ ଅଞ୍ଚଳରେ ଜଣେ ଭାରତୀୟ ବ୍ୟକ୍ତି ମାତ୍ର ତିନି ସପ୍ତାହ ପୂର୍ବେ ଆମାଜନରେ କାମ କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ନିର୍ମମ ଭାବେ ମାଡ ମାରିଛନ୍ତି ଏକାଧିକ ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
Indian

Indian

Advertisment

ଆୟରଲାଣ୍ଡରେ ଭାରତୀୟଙ୍କ ଉପରେ ଆକ୍ରମଣ। ଆୟରଲାଣ୍ଡର ଡବଲିନର ଟାଲାଘଟ ଅଞ୍ଚଳରେ ଜଣେ ୪୦ ବର୍ଷୀୟ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ ଏକ ଗୋଷ୍ଠୀ। ଏହି ଆକ୍ରମଣରେ ଆହତ ବ୍ୟକ୍ତିଙ୍କର ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଟାଲାଘଟ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆୟରଲାଣ୍ଡର ଜାତୀୟ ପୋଲିସ (ଗାର୍ଡା) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣାଯାଇଛି ଯେ ଏହି ଘଟଣା ଗତ ୧୯ ଜୁଲାଇରେ ଘଟିଥିଲା।

Advertisment

ଡବଲିନରେ ଆକ୍ରମଣର ଶିକାର ହୋଇଥିବା ଏହି ଭାରତୀୟ ବ୍ୟକ୍ତି ମାତ୍ର ତିନି ସପ୍ତାହ ପୂର୍ବେ ଆମାଜନରେ କାମ କରିବା ପାଇଁ ଆୟରଲାଣ୍ଡ ଯାଇଥିଲେ। ଜୁଲାଇ ୧୯ ତାରିଖ ସନ୍ଧ୍ୟାରେ ଡବଲିନର ଟାଲାଘଟ ଅଞ୍ଚଳର ପାର୍କହିଲ ରୋଡରେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ନିର୍ମମ ଭାବେ ପିଟିଥିଲେ, ତାଙ୍କର ପୋଷାକ ଚିରି ଦେଇଥିଲେ ଏବଂ ଆହତ ଅବସ୍ଥାରେ ରାସ୍ତାରେ ଛାଡ଼ି ଦେଇଥିଲେ। ଆୟରଲ୍ୟାଣ୍ଡ ପୋଲିସ (ଗାର୍ଡା) ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସେଠାରେ ରହୁଥିବା ଭାରତୀୟ ସମୁଦାୟ ଏବଂ ଅନ୍ୟ ପ୍ରବାସୀମାନଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ସୃଷ୍ଟି କରିଛି।

ଆୟରଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଅଖିଲେଶ ମିଶ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି ଏବଂ ଦୋଷୀମାନଙ୍କୁ ଶୀଘ୍ର ଶାସ୍ତି ଦେବା ପାଇଁ ଦାବି କରିଛନ୍ତି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପ୍ରାୟ ୧୫-୧୬ ବର୍ଷ ବୟସର କିଛି ନାବାଳକ ମାନଙ୍କର ଏକ ଗ୍ରୁପ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କୁ ନଗ୍ନ କରି ଦେଇଥିଲେ, ଗୋଇଠା ଓ ବିଧା ମାରିଥିଲେ। ଅତି ଭୟଙ୍କର ଥିଲା, ଯେତେବେଳେ ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ତିନି ଥର ଲ୍ୟାମ୍ପପୋଷ୍ଟରେ ପିଟି ଦେଇଥିଲେ, ଯାହାଫଳରେ ସେ ଗଭୀର ଭାବେ ଆହତ ହୋଇଥିଲେ।

ଆୟରଲାଣ୍ଡର ଫାଇନ ଗାଏଲ ପାର୍ଟିର କାଉନସିଲର ବେବୀ ପେରେପ୍ପାଡନ ପୀଡ଼ିତଙ୍କୁ ଭେଟିଥିଲେ ଏବଂ କହିଛନ୍ତି ଯେ ତାଙ୍କୁ ଗଭୀର ଆଘାତ ଲାଗିଛି ଏବଂ ଏବେ ସେ କାହାକୁ ଭେଟିବା ଅବସ୍ଥାରେ ନାହାନ୍ତି। ପେରେପ୍ପାଡନ କହିଛନ୍ତି ଯେ ପୀଡ଼ିତ ମାତ୍ର ତିନି ସପ୍ତାହ ପୂର୍ବେ ଆୟରଲାଣ୍ଡ ଆସିଥିଲେ। ଟାଲାଘଟ ଅଞ୍ଚଳରେ ଏପରି ଆକ୍ରମଣ ବାରମ୍ବାର ହେଉଛି ଏବଂ ସୁରକ୍ଷା ଗାର୍ଡ ମୁତୟନ ବଢ଼ାଇବା ଆବଶ୍ୟକ। ସେ କହିଛନ୍ତି, ଏଠାକାର ଲୋକମାନେ ବୁଝିବା ଉଚିତ ଯେ ଭାରତୀୟ ଲୋକମାନେ ଏଠାକୁ କାର୍ଯ୍ୟ ଅନୁମତିରେ, ସ୍ୱାସ୍ଥ୍ୟ ସେବା କିମ୍ବା ଆଇଟି ଭଳି କ୍ଷେତ୍ରରେ କାମ କରିବା ପାଇଁ ଆସୁଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

Assault Case Ireland Indian Nationals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ