couple
ଦିନେ ବଲିଉଡ ଷ୍ଟାଇଲରେ ବିଭିନ୍ନ କମ୍ୟୁନିଟିରେ ମନୋରଞ୍ଜନ ଯୋଗାଉଥିଲେ। ଆଜି ଗିରଫ ହୋଇ ଜେଲରେ ଭର୍ତ୍ତି ହୋଇଛନ୍ତି ଭାରତର ଏହି ଦମ୍ପତି। ରିଅଲ ଇଷ୍ଟେଟ ଠକେଇ ମାମଲାରେ ଆମେରିକାର ଉତ୍ତର ଟେକ୍ସାସରେ ଗିରଫ ହୋଇଛନ୍ତି ଭାରତୀୟ ବଂଶୋଦ୍ଭଭ ଦମ୍ପତି। ଭାରତର ସିଦ୍ଧାର୍ଥ ମୁଖାର୍ଜୀ ଏବଂ ତାଙ୍କ ପତ୍ନୀ ସୁନୀତା ଅନେକ ଲୋକଙ୍କୁ ଠକେଇ କରିଥିବା ଅଭିଯାଗ ରହିଛି।
ଅଧିକ ପଢ଼ନ୍ତୁ: ଇସ୍କନ ଭିତରେ ପଶି ଚିକେନ୍ ଖାଇ ବାହାରିଲା ଯୁବକ, ସମସ୍ତେ କହୁଛନ୍ତି ଛି… ଛି…
ଅଭିଯୋଗ ଅନୁଯାୟୀ, ସିଦ୍ଧାର୍ଥ ମୁଖାର୍ଜୀ ଏବଂ ତାଙ୍କ ପତ୍ନୀ ସୁନୀତା ନକଲି ଇନଭେଷ୍ଟମେଣ୍ଟ ପ୍ରୋଜେକ୍ଟରେ ୧୦୦ରୁ ଅଧିକ ଲୋକଙ୍କୁ ଅତି କମରେ ୪ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୩୩ କୋଟି ଟଙ୍କା ଠକିଛନ୍ତି। ଟେକ୍ସାସର ପ୍ଲାନୋରେ ଥିବା ଭାରତୀୟ-ଆମେରିକୀୟ ସୋସାଇଟିରେ ପୂର୍ବରୁ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଥିବା ମୁଖାର୍ଜୀ ଦମ୍ପତିଙ୍କ ବିରୋଧରେ ବର୍ତ୍ତମାନ ଚୋରୀ ଅଭିଯୋଗ ଲାଗିଛି। ସେମାନେ ବର୍ତ୍ତମାନ ଯୁକ୍ତରାଷ୍ଟ୍ରର ଇମିଗ୍ରେସନ୍ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ ଡିଟେନସନ ଫେସିଲିଟିରେ ଅଛନ୍ତି।
ତଦନ୍ତକାରୀଙ୍କ ମତରେ, ଏହି ଦମ୍ପତି ଉଚ୍ଚ ଲାଭ ପ୍ରତିଶ୍ରୁତି ଦେଇ ଲୋକମାନଙ୍କୁ ନକଲି ରିଅଲ୍ ଇଷ୍ଟେଟ୍ ଡିଲରେ ବିନିଯୋଗ କରିବା ପାଇଁ ଲୋଭନୀୟ ଅଫର ଦେଇଥିଲେ। ବିନିଯୋଗକାରୀମାନଙ୍କ ଚେକ୍ ବାଉନ୍ସ ହେବା ପରେ ସେମାନେ ଠକେଇ ବିଷୟରେ ଜାଣି ପାରିଥିଲେ।
୨୦୨୪ରେ ପ୍ରଥମେ ଏହି ଠକେଇ ଲୋକଲୋଚନକୁ ଆସିଥିଲା। ସେଠାକାର ଜଣେ ଦମ୍ପତି ୩୨୫,୦୦୦ ଡଲାର ହରାଇବା ପରେ ଏ ସମ୍ପୂର୍ଣ୍ଣ କାରନାମା ପଦାକୁ ଆସିଥିଲା। ୨୦ ଜଣ ଏହି ଠକେଇର ଶିକାର ହୋଇଥିବା ପ୍ରମାଣ ମିଳିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କୁ ସେମାନେ ଠକି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, “ସେମାନେ ଆପଣଙ୍କୁ ବିଶ୍ୱାସ କରାଇବେ ଯେ ସେମାନେ ବହୁତ ସଫଳ ବ୍ୟବସାୟୀ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଆପଣଙ୍କର ସବୁ ଟଙ୍କା ନେଇଯିବେ।”
ମୁଖାର୍ଜୀ ଦମ୍ପତ୍ତି ବୟସ୍କ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରୁଥିଲେ। ଯଦି ସେମାନେ ତୁରନ୍ତ ପେମେଣ୍ଟ ନ କରନ୍ତି, ତାହାଲେ ତୁରନ୍ତ ଗିରଫ ହେବାର ମିଥ୍ୟା ଧମକ ଦେଉଥିଲେ। ରିଅଲ୍ ଏଷ୍ଟେଟ୍ ଠକେଇ ବ୍ୟତୀତ, ମୁଖାର୍ଜୀ ଦମ୍ପତି ଫେଡେରାଲ ପେଚେକ୍ ପ୍ରୋଟେକସନ ପ୍ରୋଗ୍ରାମ (ପିପିପି) ଅଧିନରେ ଫେଡେରାଲ ମହାମାରୀ ରିଲିଫ ପାଇବା ପାଇଁ ନକଲି ଡକ୍ୟୁମେଣ୍ଟ ଦାଖଲ କରିଥିବା ଅଭିଯୋଗ ରହିଛି। ଯଦି ସିଦ୍ଧାର୍ଥ ଏବଂ ସୁନୀତା ମୁଖାର୍ଜୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ୫ ରୁ ୯୯ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/couple_1753083875.jpg)