Online App BAN
ଅନଲାଇନ୍ ଜୁଆ ଆଡ୍ଡା ଓ ଲୋନ ଆପ୍ ଉପରେ କେନ୍ଦ୍ର ସରକାରଙ୍କ ବଡ ଧରଣର କାର୍ଯ୍ୟାନୁଷ୍ଠାନ । ୧୩୮ଟି ଅନଲାଇନ୍ ଜୁଆ ଆପ୍ ଓ ୯୪ଟି ଲୋନ୍ ଆପ୍ ଉପରେ କେନ୍ଦ୍ର ସରକାର ବ୍ୟାନ୍ କରିବାକୁ ଯାଉଛନ୍ତି । ଏହି ଆପ୍ ଗୁଡିକ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା । ଚୀନର ନାଗରିକମାନେ ଏଭଳି ଆପ୍ ତିଆରି କରି ବେଆଇନ ଚାନ୍ଦାଆଦାୟ ସହ ଲୋକମାନଙ୍କୁ ହଇରାଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏଭଳି ଆପ୍
ଗୁଡିକୁ ତୁରନ୍ତ ବ୍ୟାନ କରିବାକୁ ଓଡିଶା ସମେତ ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ।
ପୂର୍ବରୁ ମଧ୍ୟ ଏଭଳି ହାନୀକାରକ ଚୀନ୍ ଆପ୍କୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ଏଭଳି ଆପ୍ ତିଆରି କରି ଚୀନ୍ ଭାରତୀୟଙ୍କ ମୋବାଇଲରୁ ତଥ୍ୟ ଚୋରି କରୁଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675601626.jpg)