Jitu Pattnaik
ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଉପରେ ଆୟକର ବିଭାଗର ଚଢ଼ାଉ । ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ତାଙ୍କର ବାସଭବନ, ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ । ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ଜଣାପଡ଼ିଛି । ଏହାକୁ ନେଇ ଜିତୁ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନି ।
ଆୟ ବିଭାଗର ୨ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଆୟ ବିଭାଗ ବନେଇକଳା ଛକରେ ଥିବା ଖଣି ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମୋବାଇଲ ଫୋନ୍ ସିଜ୍ କରିଛି। ଏହା ସହ ଜିତୁଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ କରୁଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଆୟକର ବିଭାଗ ଜିତୁଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଆଜି ମଧ୍ୟ ସି'ଫୁଡ୍ ରପ୍ତାନୀକାରୀ କଂପାନୀ ଫାଲକନ ମେରାଇନ୍ ଏକ୍ସପୋର୍ଟରେ ଆୟକର ରେଡ୍ କରିଛି। କଂପାନୀର ଅଧିକାରୀଙ୍କ ବାସଭବନ ଓ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ଏହି ରେଡ୍ରେ ଆୟକର ବିଭାଗର ୨୦ଟିମ୍ ସାମିଲ ଅଛନ୍ତି। ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685602912.jpg)