Advertisment

ମାତ୍ର ୫ହଜାର ଟଙ୍କାରେ ପୁଅ କି ଝିଅ ଚିହ୍ନଟ କରୁଥିଲା ନକଲି ଡାକ୍ତର

ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା?

illegal sex detection

illegal sex detection

Advertisment

କଟକ: ମାତ୍ର ୫ହଜାର ଟଙ୍କାରେ ହେଉଥିଲା ଲିଙ୍ଗ ନିରୂପଣ। ଯୁକ୍ତ ଦୁଇ ପାସ୍ ନକଲି ଡାକ୍ତର କରୁଥିଲା ଭ୍ରୁଣ ଚିହ୍ନଟ। ପଦାକୁ ଆସିଲା ପାଥୋଲ୍ୟାବ୍‌ର କଳା ଗୁମର। ଓଟିଭି ହାତରେ ଲାଗିଛି ବେନିୟମ କାର୍ଯ୍ୟର ଏକ୍ସକ୍ଲୁସିଭ୍ ଚିତ୍ର। ଅଲଟ୍ରା ସାଉଣ୍ଡ ରୁମ୍‌ରେ ଖୋଲାଖୋଲି ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରି ସ୍ପଷ୍ଟ ସୂଚନା ଦେଉଛି ନକଲି ଡାକ୍ତର। ନକଲି ଡାକ୍ତର ଏଥିପାଇଁ କହୁଛୁ, କାରଣ ସମ୍ପୃକ୍ତ ବାବୁ ଜଣକ କୌଣସି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ନୁହଁନ୍ତି ବରଂ ଜଣେ ଯୁକ୍ତ ଦୁଇ ପାସ୍ କରିଥିବା ଯୁବକ। ମାତ୍ର ୫ହଜାର ଟଙ୍କା ଦେଇଦେଲେ ବାବୁ ଜଣକ ଅତି ସହଜରେ ଜଣେଇ ଦିଅନ୍ତି ଗର୍ଭସ୍ଥ ଶିଶୁ-ପୁଅ କି ଝିଅ।

Advertisment

ଦୀର୍ଘଦିନ ଧରି କଟକ କାଠଗୋଲା ସାହିରେ ଆଲଫା ହେଲ୍ଥ କେୟାର ନାଁରେ ଏକ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଖୋଲି ପ୍ରସନ୍ନ କୁମାର ସାହୁ ନାମକ ଏ ଯୁବକ ଚଳାଇଥିଲା ଗର୍ଭସ୍ଥ ଶିଶୁଙ୍କ ବେଆଇନ୍ ଲିଙ୍ଗ ନିରୂପଣ। ତାକୁ ଏଥିରେ ସହଯୋଗ କରୁଥିଲା କେୟାର ଟେକର ବସନ୍ତ ବର୍ଦ୍ଧନ। ଏ ସମ୍ପର୍କରେ ଗୁରୁତର ଅଭିଯୋଗ ପାଇ କଟକ ପୋଲିସ୍ ଉକ୍ତ ନକଲି ଡାକ୍ତରକୁ ଧରିବାକୁ ବିଛାଇଥିଲା ଜାଲ। ଜରିନ୍ ସିମରନ୍ ନାମ୍ନୀ ସମାଜସେବୀଙ୍କୁ ଗ୍ରାହକ ସଜାଇ ଗତକାଲି ଲ୍ୟାବ୍‌କୁ ପଠାଇଥିଲା। ଆଉ ସମାଜସେବୀ ଭିତରର କାରସାଦି ଜାଣି ସୂଚନା ଦେବା ପରେ ପୋଲିସ୍ କରିଥିଲା ରେଡ୍। ଅଲଟ୍ରାସାଉଣ୍ଡ ମେସିନ୍ ଓ ଆନୁସଙ୍ଗିକ ଉପକରଣ ସିଜ୍ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। କଟକ ଡିସିପି କହିଛନ୍ତି ଅଭିଯାନ ସଫଳ ହୋଇଛି, ଅଭିଯୁକ୍ତଙ୍କୁ ଜେଲ୍ ପଠାଇବୁ।

ଏସସିବି ମ଼େଡିକାଲଠାରୁ ଖୁବ୍ କମ୍ ଦୂରରେ ମଙ୍ଗଳାବାଗ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିଲା ଏହି ବେଆଇନ୍ ଲିଙ୍ଗ ନିରୂପଣକାରୀ ହେଲ୍ଥ କେୟାର ପାଥୋଲ୍ୟାବ୍। ଦୈନିକ ପ୍ରାୟ ୨୫ରୁ ୩୦ଟି ଲିଙ୍ଗ ନିରୂପଣ ବି ଚାଲୁଥିଲା। ହେଲେ ଏଠି ପ୍ରଶ୍ନ କାହାରି ନଜରକୁ କେମିତି ଆସୁନଥିଲା? ଖାଲି ସେତିକି ନୁହେଁ ଏହି ବେଆଇନ୍ ପାଥୋ ଲ୍ୟାବ୍‌କୁ କେବଳ କଟକ ନୁହେଁ ଆଖପାଖ ଜିଲ୍ଲା ସହ ପ୍ରାୟ ୧୨ଟି ଜିଲ୍ଲାରୁ ଲିଙ୍ଗ ନିରୂପଣ ପାଇଁ ଦଲାଲଙ୍କ ଜରିଆରେ ରୀତିମତ ଗର୍ଭବତୀ ମହିଳାମାନେ ଆସୁଥିଲେ ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର କର୍ମୀ।

Advertisment

କହିଛନ୍ତି ଏମିତି ତ ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇ ଚାଲିଛି। ତେଣୁ ଏଭଳି ସ୍ଥିତିରେ ପ୍ରଶାସନିକ ସ୍ତରରେ ବେଆଇନ୍ ଲିଙ୍ଗ ନିରୂପଣକାରୀ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଘନ ଘନ ଚଢ଼ଉ କରି ଏମାନଙ୍କ ବିରୋଧରେ ଆଇନ୍ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର କହିଛନ୍ତି ବେଆଇନ୍ ଲିଙ୍ଗ ନିରୂପଣ ପରେ ଅସୁରକ୍ଷିତ ଗର୍ଭପାତ ଅତ୍ୟନ୍ତ ବିପଜ୍ଜନକ।

ରିପୋର୍ଟ: ଦେବାଶିଷ ମହାନ୍ତି, ନିରଞ୍ଜନ ରେଡ୍ଡୀ

Cuttack Prenatal Sex Discernment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ