Illegal Occupation Removal:
ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ରାଜଧାନୀରେ ପ୍ରାୟ ଶହେରୁ ଅଧିକ କ୍ବାର୍ଟର୍ସ ଜବରଦଖଲରେ ରହିଛି। ସରକାରୀ ଘର କେଉଠି ଖନ୍ଦାଶାଳ ପାଲଟିଛି, ତ ଆଉ କେଉଠି ଗୋଦାମ ଘର ବନାଇ ସାରିଲେଣି ଲୋକେ। ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତ କରି ମାଡ଼ି ବସୁଛନ୍ତି ସରକାରୀ ଆବାସ। ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଆଜି ସେହି ସବୁ ଘରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବିଡିଏ ଓ ଜିଏ ବିଭାଗ ପକ୍ଷରୁ ଚାଲିଛି ମିଳିତ ଉଚ୍ଛେଦ ପ୍ରକ୍ରିୟା। ରାଜଧାନୀର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସରକାରୀ ଘର ଜବରଦଖଲରେ ରହିଥିଲା ।
ତେବେ ରାଜଧାନୀ ଭୁବନେଶ୍ବରର ହାର୍ଟରେ ଭଡ଼ାରେ ଲାଗିଥିଲା ବାବୁ ବାବୁଆଣୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆବାସ । ରାଜଧାନୀର ଭିଆଇପି ଏରିଆରେ ଭଡ଼ାରେ ଲାଗିଥିଲା କ୍ବାର୍ଟର୍ସ । କେତେକ ଭଡ଼ାରେ ଲାଗିଥିଲା ତ ଆଉ କେତେକ ଜବରଦଖଲ ହୋଇଥିଲା । ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଯିବା ବାଟରେ ଥିବା ହୋଟେଲ ଗୁଡ଼ିକ ସରକାରୀ ସୁବିଧାରେ ଦୋକାନ ଖଣ୍ଡେ ପାଇଛନ୍ତି । ମନ ସେତିକିରେ ଭରିଲାନି ଯେ, ପଛପଟେ ଥିବା ସରକାରୀ କ୍ବାର୍ଟର୍ସକୁ ମାଡି ବସି ନିଜର ଖନ୍ଦାଶାଳ ବନାଇ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଖୁବଶୀଘ୍ର ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ, ରାଜ୍ୟରୁ ହଟାଇବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଆଉ ସେମିତି ହେଉଛି କ୍ବାର୍ଟର୍ସ ନମ୍ବର VA 25/3। ଆଖି ଯୁଆଡେ ବୁଲାଇବେ ମାଳ ମାଳ ଦେଶୀ ବିଦେଶୀ ମଦ ବୋତଲ। କେହି ଜଣେ ପ୍ରଭାବଶାଳୀ ଲୋକ ଏଠାରେ ନିଜର ସିମେଣ୍ଟ, ରଡ, ଗୋଦାମ୍ କରି ପକାଇଛନ୍ତି । ସରକାରୀ କ୍ବାର୍ଟର୍ସକୁ ଜବରଦସ୍ତି ମାଡିବସି ଏଠାରେ ନିଜର ଏକ କାରଖାନା ବନାଇ ଦେଇଥିଲେ । ମୂଲିଆ ଏଠାରେ ରହୁଥିଲେ , ମଦ ପିଉଛନ୍ତି, ଆଉ ମାଲିକ ପାଇଁ ମ୍ୟାନହୋଲ ସ୍ଲାବ ପ୍ରସ୍ତୁତ କରୁଛନ୍ତି । ଯାହାକୁ ସରକାରଙ୍କୁ ସେ ବିକ୍ରି କରୁଛନ୍ତି । ଆଉ ସେମିତି ହିନ୍ଦ ମଜଦୂର ସଂଘ କାର୍ଯ୍ୟାଳୟକୁ ଲାଗି ରହିଥିବା ସରକାରୀ କ୍ବାର୍ଟର୍ସ ନମ୍ବର VA 23/4। ଏଠାରେ ବି ଜଣେ ମହିଳା ନିଜ ଡାଲା ପାଚିଆ ବିକ୍ରି କରୁ କରୁ ପୁରା କ୍ବାର୍ଟର୍ସ ମାଡି ବସିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ପ୍ରାୟ ୭୬୫ଟି ସରକାରୀ କ୍ବାର୍ଟରରୁ ୨୫୦ ଖାଲି ପଡ଼ିଛି। ପ୍ରାୟ ଶହେରୁ ଅଧିକ କ୍ବାର୍ଟର୍ସ ଜବରଦଖଲରେ ରହିଛି । ଅଭିଯୋଗ ହୁଏ ସ୍ଥାନୀୟ ପ୍ରଭାବଶାଳୀ ଲୋକଙ୍କୁ ହାତ କରି ରାଜଧାନୀରେ ସବୁଠାରୁ ହାଇ ପ୍ରୋଫାଇଲ ସ୍ଥାନରେ ଥିବା ସରକାରୀ କ୍ବାର୍ଟର୍ସକୁ ମାଡି ବସି ନିଜ ରାଜ ଚଳାଇଛନ୍ତି କିଛି ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747734310.jpg)