Illegal Ganja Racket Busted: ରାଜଧାନୀରେ ପୋଲିସର ବଡ ରେଡ; ଚା' ଦୋକାନରେ ବିପୁଳ ଗଞ୍ଜେଇ-ଗାରେଟ୍ ଜବତ...

ଗତକାଲି କୋଲ୍ଡ ଡ୍ରିଙ୍କସ ବୋତଲରୁ ମଦ, ଆଜି ପାନ ଦୋକାନରୁ ଗଞ୍ଜେଇ। ନିଶା କାରବାର ରୋକିବାକୁ କମିଶନରେଟ୍ ପୋଲିସର ବଡ଼ଧରଣର ରେଡ୍ । 

Illegal Liquor and Ganja Racket

ବେଆଇନ ନିଶା କାରବାର ନେଇ ରାଜଧାନୀରେ କମିଶନରେଟ ପୋଲିସର ବଡ ରେଡ । ସାମ୍ନାକୁ ଆସିଲା ଖୁଲମଖୁଲା ନିଶା କାରାବାରର ଚିତ୍ର । ଚା' ଦୋକାନରେ ଗଞ୍ଜେଇ, ରାସ୍ତା କଡରେ ଦେଶୀ ମଦଭାଟି। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରି ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ । ଶହିଦନଗର ଅଞ୍ଚଳରେ ୩ଟି ପାନ ଦୋକାନରେ ଚଢାଉ ହୋଇଛି। ସେହିଭଳି ଖାରବେଳନଗର ଥାନା ଶାସ୍ତ୍ରୀନଗର ଛକରେ ଚାଲିଥିବା ଦେଶୀ ମଦଭାଟିରେ ରେଡ୍ କରି ଶହ ଶହ ଲିଟର ମଦ ନଷ୍ଟ କରାଯାଇଛି ।

ଗତକାଲି କୋଲ୍ଡ ଡ୍ରିଙ୍କସ ବୋତଲରୁ ମଦ, ଆଜି ପାନ ଦୋକାନରୁ ଗଞ୍ଜେଇ। ନିଶା କାରବାର ରୋକିବାକୁ କମିଶନରେଟ୍ ପୋଲିସର ବଡ଼ଧରଣର ରେଡ୍ । ରାଜଧାନୀର ପ୍ରମୁଖ ଛକରେ ଥିବା ପାନ ଓ ଚାହା ଦୋକାନରେ ହୋଇଛି ଚଢାଉ। ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଛି। ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି ପୋଲିସ। ଜୟଦେବ ବିହାରରୁ ପଟିଆ ରାସ୍ତାରେ ଥିବା ଦୂରଦର୍ଶନ ଗଳି । ରାସ୍ତା କଡରେ ଥିବା ଚା ଦୋକାନରେ ଯେତେବେଳ ଦେଖିବେ ଯୁବକଙ୍କ ଗହଳି । ଏଠାରେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଭରପୁର ମିଳିଥାଏ। ଏହାର ସୁରାକ୍ ପାଇ ଆଜି ଅତର୍କିତ ରେଡ୍ କରିଛି ସ୍ପେଶାଲ କ୍ରାଇମ ୟୁନିଟ ଓ ଶହିଦନଗର ଥାନା ପୋଲିସ । ସନ୍ଧାନୀ କୁକୁରଙ୍କୁ ସାଥିରେ ନେଇ ଏକାଧିକ ଦୋକାନରେ ରେଡ୍ ହୋଇଛି । କାହା ପକେଟରୁ ଗଞ୍ଜେଇ ବାହାରିଥିଲା ତ ଆଉ କେଉଁଠି ପୁଳା ପୁଳା ଗଞ୍ଜେଇ ଲୁଚାଇ ରଖିଥିବା ବେଳେ ଜବତ କରିଥିଲା ପୋଲିସ। ଆଚାର୍ଯ୍ୟ ବିହାର ନିକଟରେ ଥିବା ଏକ ପାନ ଦୋକାନରେ ମଧ୍ୟ ରେଡ୍ କରି ଗଞ୍ଜେଇ ଜବତ କରିଛି ପୋଲିସ।

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

ଖାଲି ଗଞ୍ଜେଇ ନୁହେଁ, ରାସ୍ତା କଡ଼ରେ ବିକ୍ରି ହେଉଥିଲା ଦେଶୀ ମଦ । ଯାହାର ଖୁଲାସା କରିଛି ଖାରବେଳନଗର ଥାନା ପୋଲିସ । ରାଜଭବନରୁ ଜୟଦେବ ବିହାର ମୁଖ୍ୟ ରାସ୍ତାର ଶାସ୍ତ୍ରୀନଗର ଟ୍ରାଫିକ୍ ଛକରେ ଚାଲିଥିଲା ଦେଶୀ ମଦଭାଟି। ବର୍ଷ ବର୍ଷ ଧରି ପୋଲିସର ନାକ ତଳେ ଚାଲିଥିଲା ମଦ କାରବାର। ତିଆରି ହେଉଥିଲା ଶହ ଶହ ଲିଟର ଦେଶୀ ମଦ । ପାଇଖାନା ଠାରୁ ଆରମ୍ଭ କରି ରୋଶେଇ ଘର ସବୁଠି ମଦ ଭର୍ତ୍ତି। ପୋଲିସ ବି ଏସବୁ ଦେଖି ତାଜୁବ। ରାସ୍ତା କଡରେ ମଦଭାଟି ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ। ସାମ୍ନା ପଟରେ ଫାଷ୍ଟଫୁଡ ଦୋକାନ, ପଛରେ ଦେଶୀ ମଦ ଭାଟି । ପୋଲିସ ରେଡ୍ ପରେ ଶହ ଶହ ଲିଟର ମଦ ନଷ୍ଟ କରାଯାଇଥିବା ବେଳେ ଜଣେ ମହିଳାକୁ ଗିରଫ କରିଛି ପୋଲିସ।

ଗତକାଲି ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ଥଣ୍ଡା ବୋତଲରେ ମଦ ବିକ୍ରିର ଭଣ୍ଡାଫୋଡ୍ କରିଥିଲା ଭୁବନେଶ୍ବର ଅବକାରୀ ବିଭାଗ । ଆଉ ଆଜି ପାନ ଦୋକାନରୁ ଧରାପଡ଼ିଛି ଗଞ୍ଜେଇ ଓ ରାସ୍ତା କଡ଼ରୁ ଦେଶୀ ମଦ ରାକେଟ୍। ରାଜଧାନୀରୁ ଚୋରା ନିଶାକାରବାର ବନ୍ଦ କରିବା ଦିଗରେ ପୋଲିସର ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି କହିଛନ୍ତି ଡିସିପି । 

ଅଧିକ ପଢ଼ନ୍ତୁ: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'